ଭୁବନେଶ୍ୱରରୁ ଆଜି କରୋନା ଆକ୍ରାନ୍ତ ଚିହ୍ନଟ ୨୫୩, ସୁସ୍ଥ ହେଲେ ୨୯୯

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୨୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୭୩ ଜଣ କ୍ବାରେଣ୍ଟାଇନ୍‌ରୁ ହୋଇଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରେ ୧୮୦ ଜଣ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷରେ ଭୁବନେଶ୍ୱରରୁ ଆଜି ୨୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୬ ହଜାର ୫୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୩ ହଜାର ୧୬୬ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୨୨୨ଟି ଆକ୍ଟିଭ୍‌ କେସ୍ ରହିଥିବା ବେଳେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

Comments are closed.