କାଲିଠୁ ଭୁବନେଶ୍ବର ଏମ୍‌ସ ଓପିଡି ବନ୍ଦ; ‘ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ’ ଆପ ଜରିଆରେ ମିଳିବ ଚିକିତ୍ସା ପରାମର୍ଶ

ଭୁବନେଶ୍ବର : ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠୁ ଭୁବନେଶ୍ବର ଏମ୍‌ସ ଓପିଡି ବନ୍ଦ ରହିବ। ଏ ନେଇ ଭୁବନେଶ୍ବର ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ଯୋଗୁ କର୍ମଚାରୀଙ୍କ ଅଭାବ ଦେଖାଦେବାରୁ ଓପିଡିକୁ ବନ୍ଦ କରାଯାଇଛି । କିଛି କର୍ମଚାରୀଙ୍କୁ କରୋନା ପଜିଟିଭ ଓ ଆଉ କିଛି କଣ୍ଟେନମେଣ୍ଟ ଜୋନର ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲ ଆସିବାକୁ ବାରଣ କରାଯାଇଛି। ଫଳରେ କର୍ମଚାରୀ ଅଭାବ ଦେଖାଦେଇଛି।

ସୂଚନା ଅନୁଯାୟୀ, ଓପିଡି ବନ୍ଦ ରହୁଥିଲେ ମଧ୍ୟ ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ। ଏହା ସହ ଏକ ସ୍ବତନ୍ତ୍ର ଆପ ‘ଏମ୍‌ସ ଭୁବନେଶ୍ଵର ସ୍ବାସ୍ଥ୍ୟ’ ଆପ୍‌ ଜରିଆରେ ମଧ୍ୟ ଚିକିତ୍ସା ପରାମର୍ଶ ମିଳିପାରିବ।  ଓପିଡି ବନ୍ଦ ରହୁଥିଲେ ବି କାଜୁଆଲଟି, ଏମର୍ଜେନସି ଡାଏଲିସିସ ଓ ରେଡିଓ ଥେରାପି ଚାଲୁ ରହିବ ।

Comments are closed.