ମା ତାରିଣୀ ଇଷ୍ଟକନର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ମା ତାରିଣୀ ଇଷ୍ଟକନ ପ୍ରା.ଲିଃର ସମ୍ପତ୍ତି ବାଜ୍ୟାପ୍ତି ଲାଗି ସୋମବାର ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥା ଚିଟଫଣ୍ଡ ମାଧ୍ୟମରେ ଘର ଓ ଜମି ଯୋଗାଣ ନେଇ ବହୁ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିଲା। ସଂସ୍ଥାର କଟକ ଉପକଣ୍ଠରେ ଥିବା ୪୨ ଏକର ଜମି ବାଜ୍ୟାପ୍ତି କରାଯିବା ସହ ଦାମୀ ଗାଡ଼ି , ବ୍ୟାଙ୍କରେ ଜମାଥିବା ୫୧ ଲକ୍ଷ ୫୭ ହଜାର ଟଙ୍କାକୁ ବାଜ୍ୟାପ୍ତି କରିବାପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତି ବିକ୍ରିରୁ ଲବ୍ଧ ଅର୍ଥ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.