ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଦ୍ୟୁତ ବିଭାଗ କିରାଣୀ

ଭୁବନେଶ୍ବର : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  ସେସୁ ଅଧିନରେ ଥିବା ଡେପୁଟି ମ୍ୟାନେଜର ଖଣ୍ଡଗିରି ଇଲେକ୍ଟ୍ରିକ ସବ୍ ଡିଭିଜନର ଜଣେ କିରାଣୀ । ୧,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗିରଫ କିରାଣୀ ହେଲେ ମଳୟ କୁମାର ପଟ୍ଟନାୟକ ।

ସୂଚନା ଅନୁଯାୟୀ,  ଭୁବନେଶ୍ୱରର ସେସୁ ଅଧିନରେ ଥିବା ଡେପୁଟି ମ୍ୟାନେଜର ଖଣ୍ଡଗିରି ଇଲେକ୍ଟ୍ରିକ ସବ୍ ଡିଭିଜନର ମଳୟ କୁମାର କିରାଣୀ ଭାବେ କର୍ଯ୍ୟ କରନ୍ତି।  ମୁରଲୀ ପ୍ରକାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ କାମ କରାଇବାକୁ ମଳୟ ଏକ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ କାମ ହୋଇପାରିବ ନାହିଁ ବୋଲି କିରାଣୀ ମନା କରିଦେଉଥିଲେ। ଫଳରେ ମୂରଲୀ ପ୍ରକାଶ କିଛି ଉପାୟ ନ ପାଇ  ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପରେ ଯୋଜନା ମୁତାବାକ ମୂରଲୀ କାମ କରାଇବା ପାଇଁ କିରାଣୀଙ୍କୁ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସରେ କିରାଣୀ ମଳୟକୁ ଗିରଫ କରିଥିଲା।

 

Comments are closed.