ବିଧାୟକ କ୍ବାର୍ଟର୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର : ବିଧାୟକମାନଙ୍କ କ୍ବାର୍ଟର୍ସ ବୁଧବାର ସନ୍ଧ୍ୟାରୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପୁରୁଣା ଏମଏଲଏ କ୍ୱାର୍ଟର୍ସ ଭାଙ୍ଗି ଆପାର୍ଟମେଣ୍ଟ ତିଆରି ପାଇଁ ନିଷ୍ପତ୍ତି ହୋଇଛି ।  ଆଜିଠାରୁ କ୍ବାର୍ଟର୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବାଚସ୍ପତି ସୂର୍ୟ୍ୟ ପାତ୍ର କହିଥିଲେ।

ବିଧାୟକଙ୍କ ପାଇଁ କ୍ୱାର୍ଟର୍ସ ଗୁଡିକ ଟାଇପ୍-୮ ଢାଞ୍ଚାରେ ନିର୍ମାଣ ହେବ। ଏହାର ନିର୍ମାଣରେ ୪୦୦କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । କ୍ୱାର୍ଟର୍ସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ୪୨ଟି ବିଧାୟକ ପୁରୁଣା କ୍ୱାର୍ଟର୍ସ ଭଙ୍ଗାଯିବ। ସେହିସ୍ଥାନରେ ଏକାଧିକ ୯ ଓ ୧୦ ମହଲା କୋଠା ତିଆରି କରାଯିବ ।

ନୂତନ ବିଧାୟକ କଲୋନୀରେ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ ଘର ଯୋଗାଇ ଦିଆଯିବ । ସେଠାରେ ପାର୍କିଂ ସୁବିଧା ସହ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି । ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସବୁ ବ୍ଲକର ଅଣ୍ଡର୍ ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର୍ ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ କରାଯିବ। ନିର୍ମାଣ ହେବାକୁ ଥିବା ୧୫୦ଟି କ୍ବାର୍ଟର୍ସରୁ ୧୦୫ଟି ବିଧାୟକମାନଙ୍କ ରହଣି ପାଇଁ ଯୋଗାଇ ଦିଆଯିବ।

Comments are closed.