ବାକ୍‌ ଶ୍ରବଣ ବିଶେଷଜ୍ଞଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ବାକ୍‌ ଶ୍ରବଣ ବିଶେଷଜ୍ଞ ତଥା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାର ଅବସରପ୍ରାପ୍ତ ବାକ୍‌ ଶ୍ରବଣ ବିଶେଷଜ୍ଞ ମହେନ୍ଦ୍ର ସରାଫ୍‌ଙ୍କର ୭୮ବର୍ଷ ବୟସରେ ଗତ ୨୦ତାରିଖରେ ପରଲୋକ ହୋଇଯାଇଛି। ତାଙ୍କର ଜ୍ୟୋତିବିଜ୍ଞାନରେ ଅଗାଧ ପାଣ୍ଡିତ୍ୟ ଥିଲା। ଦରଦୀ ମଣିଷ ଭାବରେ ସେ ପରିଚିତ ଥିବାବେଳେ ସେ ଈଶା ସଙ୍ଗଠନ ତରଫରୁ ଡ. ରମେଶ ଓଝା ଓରେସନ ସମ୍ମାନ ପାଇବାରେ ଏକମାତ୍ର ଓଡ଼ିଆ ଥିଲେ। ତାଙ୍କ ବିୟୋଗରେ ଜାତୀୟ ବାକ୍ ଶ୍ରବଣ ସଙ୍ଗଠନ ସଭାପତି ଡ. କ୍ରିଷ୍ଣା ଓ ସମ୍ପାଦକ ଡ. ଇନ୍ଦ୍ରନିଲ ଚାଟାର୍ଜି ଶୋକବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ରାଜ୍ୟ ବାକ୍‌ ଶ୍ରବଣ ବିଶେଷଜ୍ଞ ସଙ୍ଗଠନ ତରଫରୁ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ହୋଇଥିବାବେଳେ ସଭାପତି ନାରାୟଣ ଚନ୍ଦ୍ର ବିଶ୍ବାଳ ଆନୁଷ୍ଠାନିକ ଭାବେ ସରାଫ୍‌ଙ୍କ ସ୍ମୃତି ସମ୍ବଳିତ ଏକ ପତ୍ରିକା ପ୍ରକାଶିତ କରିଥିଲେ।

Comments are closed.