ମୁଖ୍ୟମନ୍ତ୍ରୀଙ୍କୁ ବିରୋଧିଦଳ ନେତାଙ୍କ ଚିଠି ; ଅଣ କୋଭିଡ-୧୯ ରୋଗୀଙ୍କୁ ଚିକିତ୍ସା ସୁବିଧା ପାଇଁ କଲେ ଅନୁରୋଧ

ଭୁବନେଶ୍ବର : କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ତମ ପଦକ୍ଷେପ ନିଆଯାଇଥିବା ବେଳେ ଅଣ କୋଭିଡ-୧୯ ତଥା ସାଧାରଣ ରୋଗୀଙ୍କୁ ଅଣଦେଖା କରାଯାଉଛି ବୋଲି ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାୟକ ଅଭିଯୋଗ କରିଛନ୍ତି। ଡାକ୍ତରଖାନାକୁ ସାଧାରଣ ରୋଗୀ ଗଲେ ସେମାନଙ୍କୁ ପ୍ରଥମେ କରୋନା ପରୀକ୍ଷା କରିବାକୁ କୁହାଯାଉଛି। ତା’ଛଡା ଡାକ୍ତର ଅଭାବ ଯୋଗୁ ହୃଦରୋଗୀ ସମେତ ଅନ୍ୟାନ୍ୟ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳୁନଥିବାରୁ ଶ୍ରୀ ନାୟକ କ୍ଷୋଭ ପ୍ରକାଶ କରିଛନ୍ତି। କରୋନା ରୋଗୀଙ୍କୁ ଚିକିତ୍ସା ସହ ଅଣ କୋଭିଡ-୧୯ ରୋଗୀଙ୍କ ଚିକିତ୍ସାକୁ ଗରୁତ୍ବ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.