ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆୟୁଷ ଡାକ୍ତର ମାନଙ୍କ ଅନୁଦାନ

ଭୁବନେଶ୍ବର : ରାଜ୍ୟ ବ୍ୟାପି ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଓଡିଶା ସରକାରଙ୍କ ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସି.ଏଚ.ସି) ତଥା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପି.ଏଚ.ସି.) ମାନଙ୍କରେ ଦୀର୍ଘ ୧୩ ବର୍ଷ ଧରି ସେବାରତ ଆୟୁଷ୍ ଡାକ୍ତର ମାନେ ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗକୁ ଆସି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ କାର୍ଯ୍ୟ ସହ ଆବଶ୍ୟକ ସହଯୋଗ କରି ଆସୁଛନ୍ତି। ଏଥି ସହିତ କରୋନା ମୁକାବିଲାରେ ସେମାନେ ସରକାରଙ୍କ ଅଧୀନରେ କରୋନା ଉପରେ ବିଜୟ ଲାଭ କରିବା ଯାଏ ଅବିରତ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ। ସେମାନେ ସେମାନଙ୍କର ନ୍ୟସ୍ତ ଦାୟିତ୍ୱ ତୁଲାଇବା ସହ ଆଜି ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧,୨୧,୦୦୦/- (ଏକ ଲକ୍ଷ ଏକୋଇଶ ହଜାର ଟଙ୍କା)ର ସେବା ରାଶି ଅନ୍ ଲାଇନ୍ ମାଧ୍ୟମରେ ପଠାଇ ଦେଇଛନ୍ତି । ଗ୍ରାମାଞ୍ଚଳ ଡାକ୍ତରଖାନାରେ ଆୟୁଷ ଡାକ୍ତର ମାନଙ୍କର ନିରନ୍ତର ସ୍ୱାସ୍ଥ୍ୟସେବା ସହ ସେମାନଙ୍କର ଏହି ସାମାଜିକ ଦାୟିତ୍ୱବୋଧ ନିଶ୍ଚିତ ଭାବରେ ପ୍ରଶଂସନୀୟ।