ରାଜ୍ୟରେ ବିଭିନ୍ନ ସ୍ଥାନରେ ପବନ ଘଡ଼ଘଡ଼ି ସହ ବର୍ଷା : ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ଜିଲାରେ ପବନ ଘଡ଼ଘଡି ସହ ବର୍ଷା ସମ୍ଭାବନା ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ସତର୍କ ସୂଚନା ଜାରି କରିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ୪୦ରୁ ୫୦କି.ମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ବାଲେଶ୍ବର, କେନ୍ଦୁଝର, ଯାଜପୁର, ଭଦ୍ରକ, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରପୁଟ, ଖୋର୍ଦ୍ଧା ଓ କଟକ ଜିଲାରେ ପବନ ଘଡଡ଼ି ସହ ବର୍ଷା ହେବ ।

Comments are closed.