ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ; ବିଭିନ୍ନ ସ୍ଥାନରେ ଚଢାଉ

ବୌଦ୍ଧ : ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବାକୁ ଜିଲ୍ଳାସ୍ତରରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ପ୍ରଦୋଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ନିଷେଧ ତମାଖୁ ବିକ୍ରୟ କରୁଥିବା ୧୪ ଜଣ ଦୋକାନୀଙ୍କ ଉପରେ ଚଢାଉ କରାଯାଇ ୨୬୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ବୌଦ୍ଧ ଥାନା ଅର୍ନ୍ତଗତ ବଘିଆପଡା ଓ ବଢିଗାଁ ଅଞ୍ଚଳରେ ଏହି ଚଢାଉ କରାଯାଇଥିବା ଜଣାଯାଇଛି। ବିଶେଷ ଭାବରେ ପାନ ଦୋକାନଗୁଡିକରେ ନିଷେଧ କରାଯାଇଥିବା ଗୁଟଖା ବିକ୍ରୟ କରାଯାଉଥିବା ଅଭିଯୋଗ ହେଉଥିବାବେଳେ ଏହି ଟିମର ଚଢାଉ ପରେ ଗୁଟଖା ବିକ୍ରୟକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଜିଲ୍ଲାସାରା ଏହି ଚଢାଉ ଜାରି ରଖିବା ପାଇଁ ସାଧାରଣରେ ଦାବି ହେଉଅଛି। ତମାଖୁ ନିୟନ୍ତ୍ରଣ ପାଇଁ ଗଠିତ ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଭେଷଜ ନିରୀକ୍ଷକ ମୁକେଶ କୁମାର ଧରୁଆ, ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ, ଜିଲ୍ଲା ଅଣ ସଂକ୍ରମିତ ରୋଗ ପରାମର୍ଶଦାତା ଆଲୋକ କୁମାର ମିଶ୍ରଙ୍କ ସମେତ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

Comments are closed.