ଓଡିଶାକୁ ପଙ୍ଗପାଳ ଭୟ – କୃଷିମନ୍ତ୍ରୀ କହିଲେ ଆମେ ପ୍ରସ୍ତୁତ

ସମାଜ ପୋର୍ଟାଲ ଡେସ୍କ: ଓଡ଼ିଶାରେ ସମ୍ଭାବ୍ୟ ପଙ୍ଗପାଳ ଆଶଙ୍କା ନେଇ କୃଷି ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷିମନ୍ତ୍ରୀ ଅରୁଣ ସାହୁ, କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ ଓ କୃଷି ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା କରାଯାଇଛି। ଫସଲକୁ ସୁରକ୍ଷା ପ୍ରଦାନ ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପାକିସ୍ତାନ ପଟୁ ଆସିଥିବା ଏହି ପଙ୍ଗପାଳ ରାଜସ୍ଥାନ, ମଧ୍ୟପ୍ରଦେଶ ପରେ ଓଡ଼ିଶାକୁ ମଧ୍ୟ ପ୍ରବେଶ କରିବାର ଭୟ ରହିଛି। ଓ.ୟୁ.ଏ.ଟି. ସମ୍ପ୍ରସାରଣ ଶିକ୍ଷା ବିଭାଗର ଅଧ୍ୟକ୍ଷ ଲଳିତ ମୋହନ ଗଡ଼ନାୟକ, ନିମ୍ବ ତେଲ ଓ ନିମ୍ବ ଜାତୀୟ ଔଷଧ ବ୍ୟବହାର ଦ୍ୱାରା ଏହାକୁ ରୋକାଯାଇପାରିବ ବୋଲି ପରାମର୍ଶ ଦେଇଛନ୍ତି।

Comments are closed.