ବାସ୍ତୁ ଦୋଷ ଦୂର କରିବ ଫିଟିକିରି

ଘରୁ ବାସ୍ତୁଦୋଷ ଦୂର କରିବାକୁ ବାସ୍ତୁବିତ୍‌ଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନେବା ଭଲ। ନିଜ ମନ ମୁତାବକ କାମ କଲେ ଏହାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି।

ଘର ପାଖରେ ଶ୍ମଶାନ ଥିଲେ, କେତେକ ସମୟରେ ଭୌତିକ କାଣ୍ଡ ହୁଏ। ଘରର ମୁଖ୍ୟ ଦୁଆର ପାଖେ ବଡ଼ ଫିଟିକିରି ଖଣ୍ଡେ ରଖିଲେ ଏଇ ସମସ୍ୟା ଦୂର ହୁଏ। ପ୍ରତି ମାସରେ ଏଇ ଫିଟ୍‌କିରୀ ବଦଳାଇବା ଆବଶ୍ୟକ। ବାସ୍ତୁବିତ୍‌ଙ୍କ ମତରେ ଘରେ ଫିଟିକିରି ରଖିଲେ ସକାରାତ୍ମକ ଶକ୍ତି ପ୍ରଭାବିତ ହୁଏ।

ପରିବାର ସଦସ୍ୟଙ୍କ ମଧ୍ୟରେ ଅଯଥାରେ କଳିଝଗଡ଼ା ହେଉଥିଲେ, ସ୍ନାନାଗାରରେ ଏକ ଛୋଟ ପାତ୍ରରେ ଫିଟିକିରି ରଖନ୍ତୁ। ଦିନ କେଇଟାରେ ଏହାର ପ୍ରଭାବ ଜାଣିପାରିବେ, ଏଇ ଫିଟ୍‌କିରିରୁ ନିୟମିତ ବ୍ୟବଧାନରେ ବଦଳାଇବାକୁ ଯେପରି ନ ଭୁଲିବେ।

ଘରେ ଆର୍ଥିକ ଅସୁବିଧା ଉପୁଜୁଥିଲେ, ଛୋଟ କଳା କପଡ଼ାରେ ଫିଟିକିରିକୁ ବାନ୍ଧି ପ୍ରତ୍ୟେକ କକ୍ଷରେ ରଖନ୍ତୁ। ନଚେତ୍ ପ୍ରତି କକ୍ଷର ଦୁଆର ମୁହଁରେ ଟାଙ୍ଗିଦେବେ। ସମୟକ୍ରମେ ଆର୍ଥିକ ଅଭାବ ଦୂର ହୋଇଥାଏ ବୋଲି ବାସ୍ତୁିବତ୍‌ଙ୍କ ମତ।

ଋଣଭାର ବଢ଼ିଚାଲିଲେ ସେଥିରୁ ମୁକୁଳିବାକୁ ଫିଟିକିରିର ବ୍ୟବହାର କରିପାରିବେ। ୫ଟି ଛୋଟ ଫିଟିକିରି ଓ ୬ଟି ନୀଳ ରଙ୍ଗର ଫୁଲକୁ କଳାକପଡ଼ାରେ ବାନ୍ଧି ନିଜ ପକେଟ୍ କିମ୍ବା ବ୍ୟାଗ୍‌ରେ ରଖନ୍ତୁ। ପ୍ରତି ବୁଧବାର ଏଇ ଉପାୟ କଲେ ଶୀଘ୍ର ଋଣ ମୁକ୍ତି ମିଳେ।

Comments are closed.