ମାନସିକ ଚାପ କମ୍ କରେ ବାସ୍ତୁ ନିୟମ

ପରିବାର ସଦସ୍ୟଙ୍କ ମଧ୍ୟରେ କଳିଝଗଡ଼ା ହେଲେ ମାନସିକ ଅଶାନ୍ତି ବଢ଼ିଥାଏ। ବାସ୍ତୁ ଶାସ୍ତ୍ରର କେତୋଟି ସରଳ ନିୟମକୁ ମାନିଲେ ମାନସିକ ଚାପ କମ୍ ହେବା ସହ ଘରେ ଶାନ୍ତି ବିରାଜମାନ ହେଉଥିବାର ବାସ୍ତୁବିତ୍‌ଙ୍କ ମତ।
– ବୈଠକଖାନାରେ ଏପରିସ୍ଥାନରେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ, ଯେଉଁ ସ୍ଥାନକୁ ସମସ୍ତଙ୍କର ଦୃଷ୍ଟି ପଡ଼ିବ। ଏହା ଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ବୁଝାମଣା ଭଲ ହେବା ସହ ଆଦର, ଶ୍ରଦ୍ଧା ବୃଦ୍ଧି ପାଇଥାଏ।
– ସାମାନ୍ୟ କଥାରେ ବିରକ୍ତି ଲାଗୁଥିଲେ କିମ୍ବା ରାଗିଯାଉଥିଲେ, ଆପଣ ବାସ୍ତୁବିତ୍‌ଙ୍କ ପରାମର୍ଶରେ ମୋତିର ମୁଦି ପିନ୍ଧିବା ଲାଭଦାୟକ। ମୋତିରେ ଥିବା ତତ୍ତ୍ବ ଆମ ଶରୀର ଓ ମସ୍ତିଷ୍କକୁ ଶୀତଳତା ପ୍ରଦାନ କରେ।
– ବାପପୁଅଙ୍କ ମଧ୍ୟରେ କଳି, ମତାନ୍ତର ହେଉଥିଲେ, ଘରେ କଦମ୍ବ ଗଛ ଲଗାଇବା ଶୁଭଫଳ ପ୍ରଦାନ କରୁଥିବାର ବାସ୍ତୁବିତ୍‌ଙ୍କ ମତ। କଦମ୍ବ ଗଛର ଶାଖାପ୍ରଶାଖା ମେଲିଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ।
– ଟଙ୍କାର ଅଭାବ ରହୁଥିଲେ ଓ ଏଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗିରହିବା ମଧ୍ୟ ନକାରାତ୍ମକ ପ୍ରଭାବ ପରିବାର ସଦସ୍ୟଙ୍କ ମଧ୍ୟରେ ବଢ଼ାଏ। ପାଣିଭର୍ତ୍ତି ପାତ୍ର ଘରର ଉତ୍ତର ଦିଗରେ ରଖିବା ଶୁଭଫଳ ପ୍ରଦାନ କରୁଥିବାର ବାସ୍ତୁବିତ୍‌ଙ୍କ ମତ।
– ଶାଶୂ-ବୋହୂ କଳି ହେଉଥିଲେ, ଉଭୟ ଲାଲ ରଙ୍ଗର ପରିଧାନଠାରୁ ଦୂରେଇ ରହିବା ବୁଦ୍ଧିମାନର ପରିଚୟ।
– ଏସବୁ ସହ ସକାଳବେଳା ଘରେ ହନୁମାନ ଚାଳିଶା ସମସ୍ତେ ଶୁଣିବା ଉଚିତ। ନିୟମିତ ଶୁଣିଲେ ଏହାର ଉତ୍ତମ ପ୍ରଭାବ ଜାଣିପାରିବେ।

Comments are closed.