ଗୁରୁଦିବସରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ବସ୍ତା : ଗୁରୁଦିବସରେ ସଡକ ଦୁର୍ଘଟଣାରେ ଜଣେ ଗୁରୁଙ୍କ ଜୀବନ ଚାଲି ଯାଇଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଭୋଲୋରା ନିକଟରେ ଆଜି ଏହି ସଡକ ଦୁର୍ଘଟଣା ଘଟିଛି। ଉକ୍ତ ଶିକ୍ଷକ ଜଣଙ୍କ ହେଲେ ଭବାନୀ ମହାପାତ୍ର।
ସୂଚନା ଯୋଗ୍ୟ, ବସ୍ତା ଥାନା ବେଣାପୁରା ଗ୍ରାମର ଭବାନୀ ମହାପାତ୍ର ବସ୍ତା ବାଗଲଡିହା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଆଜି ଗୁରୁଦିବସ ଥିବାରୁ ସକାଳେ ବିଦ୍ୟାଳୟ ଯାଇଥିଲେ। ସେଠାରୁ କାର୍ଯ୍ୟକ୍ରମ ଶେଷ କରି ଘରକୁ ଫେରୁଥିଲେ। ମାତ୍ର ଫେରିବା ସମୟରେ ଭେଲୋରା ନିକଟରେ ଅପର ପଟୁ ଆସୁଥିବା ଏକ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟଲୋକେ ରାଜପଥରେ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ନେଉଥିବା ସମୟରେ ଅଧାବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.