କର୍ଣ୍ଣାଟକରେ ଆରମ୍ଭ ହେଲା ବାସବରାଜ ସରକାର; ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ

ବେଙ୍ଗାଲୁରୁ: କର୍ଣ୍ଣାଟକରରେ ଆଜିଠାରୁ ବାସବରାଜ ସରକାର ଆରମ୍ଭ ହୋଇଛି। ନୂତନ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି ବାସବରାଜ ବୋମାଇ। ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍‌ ତାଙ୍କୁ ରାଜ୍ୟର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବାସବରାଜ ଏହାପୂର୍ବରୁ ୟେଦ୍ୟୁରପ୍ପା ସରକାରରେ ଗୃହମନ୍ତ୍ରୀ ଥିଲେ।

ବାସବରାଜ ବୋମାଇ ବି.ଏସ୍ ୟେଦ୍ୟୁରପ୍ପାଙ୍କର ଅତି ନିକଟତର। ବିଧାୟକ ଦଳ ବୈଠକରେ ୟେଦ୍ୟୁରପ୍ପା ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବୋମାଇଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବା ବୋମାଇଙ୍କ ପିତା ଏସ.ଆର ବୋମାଇ ମଧ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ।

Comments are closed.