ରେଳମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ରେଳ ବିକାଶ ପ୍ରସଙ୍ଗରେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାକ୍ଷାତ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ତିନୋଟି ନୂତନ ରେଳପଥ ନିର୍ମାଣ ଲାଗି କଳାହାଣ୍ଡି ସାଂସଦ ପ୍ରସ୍ତାବ ଦେଇଥିଲେ। ବରଗଡ଼଼ରୁ ନୂଆପଡ଼ା ଭାୟା ପଦମପୁର, କଣ୍ଟାବାଞ୍ଝୀରୁ ନବରଙ୍ଗପୁର ଓ ଜୁନାଗଡ଼଼ରୁ ନବରଙ୍ଗପୁର ଭାୟା ଧର୍ମଗଡ଼଼ ନୂତନ ରେଳପଥ ନିର୍ମାଣ ଦ୍ୱାରା ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ଘଟିପାରିବ ବୋଲି କହିଥିଲେ। ହାଓଡ଼ା-ଟିଟଲାଗଡ଼଼ ଇସ୍ପାତ ଏକ୍ସପ୍ରେସର ଜୁନାଗଡ଼଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଜୁନାଗଡ଼଼ରୁ ବିଶାଖାପାଟଣା ମଧ୍ୟରେ ନୂତନ ଟ୍ରେନ ଚଳାଚଳ, ଜୁନାଗଡ଼଼-ଭୂବନେଶ୍ୱର ଏକ୍ସପ୍ରେସକୁ ସପ୍ତାହରେ ତିନି ଦିନ ଭାୟା ସମ୍ବଲପୁର ଓ ଚାରି ଦିନ ବିଜୟାନଗରମ ହୋଇ ଚଳାଚଳ କରିବା ଲାଗି ସାଂସଦ ଶ୍ରୀ ପଣ୍ଡା ଦାବୀ କରିଥିଲେ। ଏଥିସହ ନୂଆପଡ଼ା, ଖରିଆର ରୋଡ଼, ରୂପ୍ରାରୋଡ଼ ଓ ନର୍ଲାରୋଡ଼ ରେଳଷ୍ଟେସନରେ ସମସ୍ତ ଏକ୍ସପ୍ରେସ ଟ୍ରେନର ରହଣୀ ଲାଗି ପ୍ରସ୍ତାବ ଦେଇଥିଲେ।

Comments
Loading...