ବସନ୍ତ ପଞ୍ଚମୀରେ ସରସ୍ବତୀ ପୂଜାର ଶୁଭ ମୁହୂର୍ତ୍ତ ଓ ବିଶେ​‌ଷ ସଂଯୋଗ

ହିନ୍ଦୁଧର୍ମ ଅନୁଯାୟୀ, ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ। ଏହି ଦିନ ମା’ ସରସ୍ବତୀଙ୍କ ଆରାଧନା କରାଯାଏ। ଏହି ପର୍ବ ଭାରତ ଛଡା ବାଂଲାଦେଶ ଏବଂ ନେପାଳରେ ବଡ ଧୁମଧାମରେ ପାଳନ କରାଯାଏ। ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣା କରିବାର ବିଶେଷ ମହତ୍ତ୍ବ ରହିଛି। ବସନ୍ତ ପଞ୍ଚମୀ ଦିନଠାରୁ ବସନ୍ତ ଋତୁର ଆରମ୍ଭ ହୋଇଥାଏ। ବସନ୍ତ ଋତୁର ସ୍ବାଗତ ପାଇଁ ମାଘ ମାସର ପଞ୍ଚମୀ ଦିନ ଭଗବାନ ବିଷ୍ଣୁ ଏବଂ କାମଦେବଙ୍କ ପୂଜା କରାଯାଏ। ଏହାକୁ ବସନ୍ତ ପଞ୍ଚମୀର ପର୍ବ ବୋଲି କୁହାଯାଏ। ଚଳିତ ବର୍ଷ ବସନ୍ତ ପଞ୍ଚମୀ ଜାନୁଆରୀ ୩୦ରେ ପାଳନ କରାଯିବ। ଏହି ଦିନରୁ ବସନ୍ତ ମାସର ଆରମ୍ଭ ହେବ।

ବସନ୍ତ ପଞ୍ଚମୀର ଶୁଭ ମୁହୂର୍ତ୍ତ

ପଞ୍ଚମୀ ତିଥି ଜାନୁଆରୀ ୨୯ ତାରିଖ ସକାଳ ୧୦ଟା ୪୬ମିନିଟ୍‌ ରୁ ଆରମ୍ଭ ହୋଇ ଜାନୁଆରୀ ୩୦ତାରିଖ ଅପରାହ୍ନ ୧ଟା ୧୮ମିନିଟ୍ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି। ତେଣୁ ଚଳିତ ବର୍ଷ ଜାନୁଆରୀ ୩୦ରେ ସୂର୍ଯ୍ୟ ଉଦୟ ପରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା କରାଯିବ।

ବସନ୍ତ ପଞ୍ଚମୀରେ ପଡୁଛି ଏହି ବିଶେ​‌ଷ ସଂଯୋଗ

ଚଳିତ ବର୍ଷ ବସନ୍ତ ପଞ୍ଚମୀ ଦିନ ସିଦ୍ଧି ଏବଂ ସର୍ବାର୍ଥ ସିଦ୍ଧି ଯୋଗ ଭଳି ଶୁଭ ମୁହୂର୍ତ୍ତ ସଂଯୋଗ ପଡୁଛି। ଏହି ଅବସରରେ ବିଦ୍ୟାରମ୍ଭ, ଯଜ୍ଞ ଓ ବିବାହ ଭଳି ଶୁଭ କାର୍ଯ୍ୟ କରିବା ଶ୍ରେଷ୍ଠ ବୋଲି ବିଶ୍ବାସ କରାଯାଏ।

ଏହା ସହ ଏଥର ବସନ୍ତ ପଞ୍ଚମୀ ଶ୍ରେଷ୍ଠ ବୋଲି ବିବେଚନା କରିବାର ଅନ୍ୟ ଏକ କାରଣ ରହିଛି। ଏହି ଦିନ ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତିରେ ମଧ୍ୟ ଏକ ବିଶେଷ ସଂଯୋଗ ରହିଛି। ବସନ୍ତ ପଞ୍ଚମୀ ଦିନ ୩ଟି ଗ୍ରହ ନିଜ ରାଶିରେ ରହିବ। ମଙ୍ଗଳ ବିଛା ରାଶିରେ, ବୃହସ୍ପତି ଧନୁ ରାଶିରେ ଏବଂ ଶନି ମକର ରାଶିରେ ରହିବେ। ବିବାହ ବା ଅନ୍ୟାନ୍ୟ ଶୁଭ କାର୍ଯ୍ୟ ପାଇଁ ଏହି ଦିନ ଅନେକ ଶୁଭପ୍ରଦ ରହିବ।

Comments are closed.