ବିଦ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗର ମକଡ୍ରିଲ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ମାଧପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମକଡ୍ରିଲ କରାଯାଇଛି। ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଅଗ୍ନିଶମ କର୍ମଚାରୀ ମାନେ ନିଆଁ ଲାଗିଲେ ଲିଭାଇବାର କୌଶଳ, ଉଦ୍ଧାର କାର୍ଯ୍ୟ, ଅଗ୍ନି ଦୁର୍ଘଟଣାରୁ ରକ୍ଷା କୌଶଳ, ଉଚ୍ଚ ଅଟ୍ଟାଳିକାରୁ ପୀଡ଼ିତଙ୍କୁ ଉଦ୍ଧାର କାର୍ଯ୍ୟ, ଅଂଶୁଘାତ ଆକ୍ରାନ୍ତଙ୍କୁ କିପରି ଜୀବନ ରକ୍ଷା କରିବେ, ନିଆଁ ନ ଲାଗିବା ସତର୍କତା ଆଦି ସମ୍ପର୍କରେ ମକଡ୍ରିଲ ପ୍ରଦର୍ଶନ କରିଥିଲେ। ଏହା ସହ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କିଭଳି ନିଆଁ କୁ ଲିଭା ଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ। ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର କିଭଳି ବ୍ୟବହାର କରିବେ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶନଗତ ଶିକ୍ଷା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Comments are closed.