ଦିଲ୍ଲୀ ପୁଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର : ଦିଲ୍ଲୀ ପୁଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କୋର୍ଟ ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି । ସ୍ୱାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ବର୍ଷାଙ୍କ ନାଁରେ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା । ଯାହାକୁ ନେଇ ୨ ଥର ନୋଟିସ ହୋଇଥିଲା। ନୋଟିସ ସତ୍ତ୍ବେ ବର୍ଷା ଦିଲ୍ଲୀ ପୁଲିସ ପାଖରେ ହାଜର ହୋଇନାହାନ୍ତି। ହାଜର ପରିବର୍ତ୍ତେ ବର୍ଷା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Comments are closed.