ମଣ୍ଡିରୁଧାନ ଉଠିଲା ପରେ ମିଲର୍ସ ମନଇଚ୍ଛା କଟିଂଛଟିଂ ଅଭିଯୋଗ

ବରପାଲି : ବରପାଲି ଅଚଂଳରେ ଧାନର ଅଭାବି ବିକ୍ରି ଓ ଟୋକନ ପ୍ରଦାନରେ ଅବହେଳା ଲାଗିରହିଥିବା ବେଳେ ଧାନମଣ୍ଡିରୁ ମାନ ନିର୍ଦ୍ଦାରଣ ପରେ ମିଲର୍ସ ଉଠାଇଥିବା ଧାନକୁ ନିମ୍ନମାନ ଧାନ କହି ମନଇଚ୍ଛା କଟିଂଛଟିଂ କରୁଥିବା ଅଭିଯୋଗ ହେଉଛି। ଗତ ୨୩ତାରିଖ କୁମ୍ଭାରୀ ପେକ୍ସ ଅର୍ନ୍ତଗତ ବରମକେଲା ମଣ୍ଡିରୁ ପାଞ୍ଚଜଣ ଚାଷୀଙ୍କ ୩୨ହଜାର ୭୮୦ କେଜି ଧାନପାକେଟ ଏକ ଟ୍ରକରେ ମାନ ନିର୍ଦ୍ଧାରଣ ସହ ଉଠିଥିଲା। ପରେ ଯୋଗାଣ ବିଭାଗ ଦ୍ୱାରା ଚିହ୍ନଟ ଏକ ରାଇସମିଲକୁ ଯାଇଥିଲା। ହେଲେ ୨୪ତାରିଖ ମିଲର୍ସ ଧାନକୁ ନିମ୍ନା ମାନ ଓ ବିଭିନ୍ନ ଆଳ ଦେଖାଇ ୪୦୮୦ କେଜି ଧାନ କାଟି ଦେଇଛନ୍ତି। ଚାଷୀମାନେ ବହୁ ଯୁକ୍ତିତର୍କ କଲେ ମଧ୍ୟ କୌଣଷି କଥାବାର୍ତ୍ତା ଶୁଣିବାକୁ ମିଲର୍ସ ରାଜି ହୋଇନଥିଲେ। ବାଧ୍ୟ ହୋଇ ଧାନ ବିକିଥିବା ଚାଷୀ ସଦାନନ୍ଦ ପଧାନ,ନମିତା ପଧାନ,ସଂଷାର ପଧାନ,ସୁବୋଧ ପଧାନ ଓ ଆନନ୍ଦିନୀ ପଧାନ ସ୍ଥାନୀୟ ପେକ୍ସ ସଂପାଦକଙ୍କ ସମେତ ବରଗଡ଼ ଉପନିବନ୍ଧକ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଓ ଜିଲ୍ଲା ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ ଆଣିବା ସହ ଉଚିତ ବ୍ୟାୟ ମାଗିଥିବା ଜଣାପଡ଼ିଥିଲା।

Comments are closed.