ଅନଲାଇନରେ ସତ୍ୟରମ୍ଭା ଲୋକ ମହୋତ୍ସବ

ବରପାଲି : ବରପାଲି ବ୍ଲକ ସତଲମା ଶାରଦିୟ ସତ୍ୟରମ୍ଭା ଲୋକ ମହୋତ୍ସବ ନିରାଡ଼ମ୍ବର ଭାବରେ ୱେବନାରା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟଅତିଥି ଭାବେ ବିଜେପୁର ବିଧାୟିକା ରିତା ସାହୁ ଯୋଗଦେଇ କାର୍ଯ୍ୟାକ୍ରମକୁ ଉଦଘାଟନ କରିଥିଲେ। ପରିଚାଳନା କମିଟି ସଦସ୍ୟ ଦିନେଶ କୁମାର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ମୂଖ୍ୟବକ୍ତା ଭାବରେ ଲେଣ୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରି ନିବେଦିତା ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ତ୍ରିବିକ୍ରମ କଲୁମୁରା,ସମବାୟ ସମିତି ସଭାପତି ଯୁବରାଜ ପୂଝାରୀ,ପୁର୍ବତନ ସରପଞ୍ଚ ଚଞ୍ଚଳ ପଧାନ,ସରୋଜ କୁମାର ସେଠ,ପୁର୍ବତନ ସମିତିସଭ୍ୟ ଜିବର୍ଦ୍ଧନ ପଧାନଙ୍କ ସମେତ ସ୍ଥାନିୟ ଭଦ୍ରମଣ୍ଡଳି ଉପସ୍ଥିତ ରହିଥିଲେ। ସରକାରଙ୍କ କୋଭିଡ଼ ନିତିନିୟମକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ବିଭୁଦତ୍ତ ପଧାନ ସୂଚନା ପ୍ରଦାନ କରିଥିବା ବେଳେ ସୁନିଲ ସାହୁ ସ୍ୱାଗତ ଜଣାଇଥିଲେ। କରମଚାନ୍ଦ ପଧାନ ପରିଚୟ ପ୍ରଦାନ କରିଥିବା ବେଳେ ଦିନେଶ ସାହୁଙ୍କ ଦ୍ୱାରା ବିବରଣୀ ଉପସ୍ଥାପନ ହୋଇଥିଲା।

ଏହି ଅବସରରେ ଅଚଂଳର କୋଭିଡ଼ ଯୋଦ୍ଧା ଭାବରେ ସାମ୍ବାଦିକ,ସ୍ୱାସ୍ଥ୍ୟ ବିଭାଗିୟ କର୍ମଚାରୀ,ଅଙ୍ଗନବାଡ଼ୀ,ଆଶା ଓ ପୋଲିସ କର୍ମଚାରୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ସେହିପରି ସମ୍ମାନିତ ଅତିଥି ଭାବରେ ଇପିକଲ ଅଧ୍ୟକ୍ଷ ପ୍ରଭାଦିତ୍ୟ ମିଶ୍ର, ପ୍ରଧ୍ୟାପକ ତେଜରାଜ ପାତ୍ର ଓ ରାଜ୍ୟ ସଚିବାଳୟ କର୍ମଚାରୀ ପବିତ୍ର କୁମାର ପଟ୍ଟନାୟକ ପ୍ରମୁଖ ୱେବନାରା ମାଧ୍ୟମରେ ଉତ୍ସବର ଦିର୍ଗଜିନି କାମନା କରିବା ସହ କମିଟି କର୍ମକର୍ତ୍ତା ମାନଙ୍କୁ ପ୍ରସଂଶିତ କରିଥିଲେ। ଉପସ୍ଥିତ ଅତିଥି ମାନେ ଲୋକକଳା ଓ ପାରାମ୍ପାରିକ ଲୋକଗିତ ତଥା ନୃତ୍ୟର ବିକାଶ ଓ ଆଦୃତ ସମ୍ପର୍କରେ ଆଲୋଚନା କରିବା ସହିତ ଚଳିତ କରୋନା ମହାମାରୀ ପ୍ରକୋପ ସମ୍ବନ୍ଧରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ। କ଼ାର୍ଯ୍ୟକ୍ରମରେ ସାମିଲ ହୋଇଥିବା କରୋନା ଯୋଦ୍ଧା ମାନଙ୍କ ମଧ୍ୟରେ ବିଡ଼ିଓ ତିବିକ୍ରମ କୁମୁରା,ପରିବେଶବିତ୍ତ ତେଜରାଜ ଭୋଇ,ଡ଼ା.ନିଳମାଧବ ସାହୁ,ଡ଼ା.ଚିନ୍ମୟ ପଧାନ,ପ୍ରଭୁ ଚରଣ ମାହାନ୍ତି,ପଦ୍ମଲୋଚନ ସାହୁ,ଫାଣ୍ଡି ଅଧିକାରୀ ସୁଦର୍ଶନ ପାଣ୍ଡେ,ପବିତ୍ର ପଟ୍ଟନାୟକ, ବିକାଶ ଚନ୍ଦ୍ର ପଧାନ,ଯାଜ୍ଞ୍ୟଶିନୀ ସାହୁ,ମଞ୍ଜୁ ସାହୁ,ସବିତା ସାହୁ,ସ୍ନେହଲତା ମେହେର,ଅଞ୍ଜଳି କୁମ୍ଭାର,ବିଣାପାଣୀ ଛତରିଆ,ସବିତା ବାରିକ ଓ ସନ୍ତୋଷିନୀ ଗୁରୁ ପ୍ରମୁଖ ସମ୍ମାନିତ ହୋଇଥିଲେ।

Comments are closed.