ପାରିବାରିକ କଳହରୁ ଅଘଟଣ, ନିଆଁରେ ପୋଡି ହୋଇ ପରିବାରର ୩ ଗୁରୁତର

ବାରିପଦା: ମୟୁରଭଞ୍ଜ ଜିଲା ବେତନଟୀ ବ୍ଲକ ବଇଦପୁର ଗାଁରେ ପାରିବାରିକ କଳହରୁ ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଆଁରେ ପୋଡି ହୋଇ ପରିବାରର ୩ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ପାରିବାରିକ କଳହରୁ ପ୍ରଥମେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା। ମହିଳାକୁ ବଞ୍ଚାଇବାକୁ ଯାଇ ସ୍ବାମୀ ଓ ମାଆ ମଧ୍ୟ ଗୁରୁତର ହୋଇଛନ୍ତି । ୩ ଜଣ ଗୁରୁତରଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବାରିପଦା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.