ଗଛ ଡାଳରେ ଯୁବକଯୁବତୀଙ୍କ ମୃତଦେହ

ବାରିପଦା: ଗୋଟିଏ ଗଛ ଡାଳରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ। ଆଜି ମୟୂରଭଞ୍ଜ ଜିଲାର ମୋରଡ଼ା ଥାନା ଅନ୍ତର୍ଗତ ମାକୁନ୍ଦ ଜଙ୍ଗଲରେ ଏହି ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିଥିବାବେଳେ ଯୁବତୀଙ୍କ ପରିଚୟ ମିଳିନାହିଁ। ମୃତ ଯୁବକ ନିକଟସ୍ଥ ଛାତନା ଗାଁର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମାକୁନ୍ଦ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଗୋଟିଏ ଡାଳରେ ଯୁବକ-ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ ଯୁବକଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ ଛାତନା ଗ୍ରାମରେ ହୋଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ଘର ଠାରୁ ଏହି ଜଙ୍ଗଲ ପ୍ରାୟ ତିନି କିଲୋମିଟର ଦୂର ହେବ। ଦୁହେଁ କିଭଳି ଏବଂ କେଉଁ ପରିସ୍ଥିତିରେ ଜଙ୍ଗଲକୁ ଆସିଲେ, ସେମାନେ ଆତ୍ମହତ୍ୟା କରିଛନ୍ତି ନା କେହି ସେମାନଙ୍କୁ ହତ୍ୟା କରି ଗୋଟିଏ ଡାଳରେ ଝୁଲାଇ ଦେଇଛନ୍ତି ସେନେଇ ପୁଲିସ ତଦନ୍ତ ଚଳାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାର ତଥ୍ୟପ୍ରମାଣ ଜବତ କରି ନେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ କହିଛି। ଅପରପକ୍ଷରେ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଦୁହେଁ ପ୍ରେମିଯୁଗଳ ହୋଇଥିବା ଅନୁମାନ କରାଯାଉଛି।

Comments are closed.