ମହଙ୍ଗା ପଡ଼ିଲା ଜୀବିତକୁ ମୃତ ପ୍ରମାଣିତ କରିବା, ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନଙ୍କର ନିର୍ଦ୍ଦେଶ

ବରଗଡ: ମହଙ୍ଗା ପଡ଼ିଲା ଜୀବିତକୁ ମୃତ ପ୍ରମାଣିତ କରିବା। ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଜଣେ ନାବାଳକ ନିଖୋଜ ମାମଲାରେ ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ମିଛ ହତ୍ୟା ମାମଲାରେ ଜେଲରେ ଭର୍ତ୍ତି କରିଥିଲା ପୁଲିସ । ଏହି ଭୁଲ ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ।

ସୂଚନା ଅନୁଯାୟୀ,  ୨୦୧୬ରେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଜଣେ ନାବାଳକ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଏ ନେଇ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିଥିଲା ଏବଂ ନାବାଳକଙ୍କ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ କରିଥିଲା। ଗିରଫ ୨ ଜଣଙ୍କୁ ଜେଲ ମଧ୍ୟ ପଠାଇ ଦିଆଯାଇଥିଲା।

ହେଲେ ନିଖୋଜର ୨ ବର୍ଷ ପରେ ଅର୍ଥାତ୍‌ ୨୦୧୮ ମସିହାରେ ସଂପୃକ୍ତ ନାବାଳକ ଜୀବିତ ଫେରି ଆସିଥିଲେ। ଏହା ପରେ ଗିରଫ ବ୍ୟକ୍ତି ଦ୍ୱୟ ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି ମାନବାଧିକାରୂ କମିଶନ ତଦନ୍ତକାରୀ ପୁଲିସ ଅଫିସରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ କମିଶନ କହିଛନ୍ତି।

Comments are closed.