ସିଟି ହସ୍ପିଟାଲ ଦାବିରେ ବରଗଡରେ ତେଜିଲା ଆନ୍ଦୋଳନ ; ପୁଲିସ- ଜନତା ମୁହାଁମୁହିଁ

ବରଗଡ଼ : ବରଗଡ ସହରରେ ସହରବାସୀଙ୍କ ଦ୍ୱାରା ସିଟି ହସ୍ପିଟାଲ ଦାବିରେ ହେଉଥିବା ଆନ୍ଦୋଳନ ଧିରେ ଧିରେ ତେଜିବାରେ ଲାଗିଛି। ପୁରୁଣା ହସ୍ପିଟାଲରେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ ଉତ୍ତ୍ୟକ୍ତ ଲୋକେ ବରଗଡ଼ ଥାନାକୁ ଘେରି ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ଆନ୍ଦୋଳନକାରୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ସହରରେ ଥିବା ଜିଲା ମୁଖ୍ୟ ଡ଼ାକ୍ତରଖାନା ୮ କିଲୋମିଟର ଦୂର ତୁକୁର୍ଲ୍ଲା ସ୍ଥାନାନ୍ତର ହେବା ପରେ ସମଗ୍ର ସହରରେ ଏହାକୁ ନେଇ ଆଜି ଉତ୍ତେଜନା ସୃଷ୍ଟି ହୋଇଥିଲା। ଆନ୍ଦୋଳନ କାରଣରୁ ସକାଳ ସମୟରୁ ସହରର ସବୁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ହଜାର ହଜାର ମହିଳା ଓ ପୁରୁଷ ପୁରୁଣା ଡ଼ାକ୍ତରଖାନା ସମ୍ମୁଖରେ ଏକାଠି ହୋଇ ଧାରଣା ଦେଇଥିଲେ।

Comments are closed.