ସ୍ତ୍ରୀର ସରକାରୀ ଚାକିରି ପାଇଁ ୫ଲକ୍ଷ ଖର୍ଚ୍ଚକଲେ ସ୍ବାମୀ,ଚାକିରି ପରେ ଛାଡି ଚାଲିଗଲା ସ୍ତ୍ରୀ, ଭରଣ ପୋଷଣ ଦାବିରେ କୋର୍ଟର ଦ୍ବାରସ୍ଥ ସ୍ବାମୀ

ବରେଲି: ବେରୋଜଗାର ସ୍ବାମୀ ତାର ସରକାରୀ ଚାକିରୀଆ ସ୍ତ୍ରୀଠୁ ଭରଣପୋଷଣ ଭତ୍ତା ପାଇଁ ଅଦାଲତରେ ଆବେଦନ କରିଛନ୍ତି । ସେହି ଆବେଦନରେ ସ୍ବାମୀ ଦର୍ଶାଇଛିନ୍ତି ଯେ ସେ ମଧ୍ୟ ଜଣେ ଉଚ୍ଚଶିକ୍ଷିତ ବେକାର ଏହାପରେ ମଧ୍ୟ ସେ ତାଙ୍କ ସ୍ତ୍ରୀର ସରକାରୀ ଚାକିରି ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଚାକିରି ମିଳିବାପରେ ସ୍ତ୍ରୀ ଯେତେବେଳେ ଭଲ ଦରମା ପାଇବାକୁ ଲାଗିଲେ ସ୍ବାମୀଙ୍କ ହାତ ଛାଡି ଚାଲିଗଲେ। ସ୍ତ୍ରୀ ଚାଲିଗଲା ପରେ ସ୍ବାମୀ ଅଦାଲତରେ ଆବେଦନ କରିଛନ୍ତି ଯେ ସେ ବେକାର ହୋଇଥିବା ସତ୍ତେ ସ୍ତ୍ରୀର ସରକାରୀ ଚାକିରିପାଇଁ ୫ଲକ୍ଷ ଟଙ୍କା ଧାର କରଜ କରି ଚାକିରିରେ ଭର୍ତ୍ତିକରିଥିଲେ। ଏଣୁ ସ୍ତ୍ରୀ ତାଙ୍କୁ ଭରଣପୋଷଣ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ବରେଲିର ଭଗବତପୁରରେ ରହୁଥିବା ୨୫ ବର୍ଷୀୟ ଯୋଗେଶ କୁମାର ତାଙ୍କ ଓକିଲଙ୍କ ଦ୍ବାରା ସୋମବାର ଅଦାଲତରେ ଏକ ମାମଲା ଦାଖଲ କରିଛନ୍ତି। ଏହି ମାମଲାରେ ଯୋଗେଶ କହିଛନ୍ତିଯେ ‘ତାଙ୍କର ବିବାହ ୩ ଜୁନ ୨୦୧୫ରେ ହୋଇଥିଲା। ବିବାହ ପରେ ସେ ଜାଣିଲେ ତାଙ୍କ ସ୍ତ୍ରୀ ରାଗି ସ୍ବାଭବର ଛୋଟ ଛୋଟ କଥାରେ ରାଗିଯିବା ସହ ନିଜ ବାପଘରକୁ ଚାଲିଯାଉଥିଲେ। ଏହା ପରେ ମଧ୍ୟ ତାଙ୍କ ସ୍ବାମୀ ତାଙ୍କ ସହ ରହିଥିଲେ। ଏହି ସମୟରେ ତାଙ୍କ ଶଶୁର ଜଶବୀର ସିଂହ ତାଙ୍କୁ କହିଲେ ଯଦି ୫ ଲକ୍ଷ ଟଙ୍କା ଖର୍ଚ କରିବ ତେବେ ସେ ତାଙ୍କ ସ୍ତ୍ରୀ କୁ ସରକାରୀ ଚାକିରିରେ ଭର୍ତ୍ତି କରିଦେବେ। ଏହା ପରେ ଯୋଗେଶ ତାଙ୍କ ସମ୍ପର୍କିୟମାନଙ୍କ ଠାରୁ ଧାର କରଜ କରି ୫ ଲକ୍ଷ ଟଙ୍କା ଆଣି ଶଶୁରଙ୍କୁ ଦେଇଥିଲେ। ୩୧ ମଇ ୨୦୧୬ରେ ତାଙ୍କ ସ୍ତ୍ରୀଙ୍କୁ ବନ ବିଭାଗରେ ଚାକିରି ମିଳିଥିଲା। ଚାକିରି ମିଳିବାପରେ ସ୍ତ୍ରୀ ବରେଲି ବନବିଭାଗ କାର୍ୟ୍ୟାଳୟରେ ଅବସ୍ଥାନ କରିଥିଲେ।

ଯୋଗେଶ କହିଛନ୍ତି ଯେ ସରକାରୀ ଚାକିରି ମିଳିବା ପରେ ତାଙ୍କ ସ୍ତ୍ରୀଙ୍କ ସ୍ବଭାବରେ ପରବର୍ତ୍ତନ ଆସିଲା। ତାଙ୍କ କଥାରେ ସର୍ବଦା ବିରକ୍ତି ପ୍ରକାଶ କରିବାରେ ଲାଗିଲେ। ଦିନେ ତାଙ୍କ ପତ୍ନୀ ଘରକୁ ଆସି ଘରେ ଥିବା ୩ ଲକ୍ଷଟଙ୍କାର ସୁନାଗହଣା ଏବଂ ୫ ହଜାର କ୍ୟାସ ନେଇଚାଲିଗଲେ। ଯୋଗେଶ ଯେତେ ବୁଝେଇଲେ ମଧ୍ୟ ଘରକୁ ଫେରିନଥିଲେ। ଯୋଗେଶ ଯେତେ ଚେଷ୍ଟାକରିଲେ ମଧ୍ୟ ତାଙ୍କ ପତ୍ନୀ ତାଙ୍କ ସହ ଘରକୁ ଫେରିବାକୁ ରାଜି ହୋଇନଥିଲେ ଏବଂ ତାଙ୍କ ସହ ସମ୍ପର୍କଛିନ୍ନ କରିବାକୁ କହିଥିଲେ। ଯୋଗେଶ ଅଦାଲତରେ ମାମଲା ଦାଖଲ କରିବାପରେ ମଧ୍ୟ ତାଙ୍କ ସହ ରହିବାକୁ ସ୍ତ୍ରୀ ରାଜି ହେଉନାହାନ୍ତି।
ଏଣୁ ଯୋଗେଶ ଅଦାଲତକୁ କହିଛନ୍ତି ତାଙ୍କ ପତ୍ନୀଙ୍କୁ ମାସକୁ ୨୮ ହଜାର ଦରମା ମିଳୁଛି କିନ୍ତୁ ସେ ବେରୋଜଗାର । ଏଣୁ ତାଙ୍କ ପତ୍ନୀଙ୍କ ଦରମାର ଅଧା ଅର୍ଥାତ ୧୪ ହଜାର ତାଙ୍କୁ ଭରଣପୋଷଣ ପାଇଁ ଦେବା ପାଇଁ ଯୋଗେଶ ଅଦାଲତରେ ନିବେଦନ କରିଛନ୍ତି। ଅଦାଲତ ଏହି ମାମଲାର ଶୁଣାଣି ୧୬ ଡିସେମ୍ବରରେ କରିବାର ତାରିଖ ଧାର୍ୟ୍ୟ କରିଛନ୍ତି।

Comments are closed.