ଏନଏସି ପକ୍ଷରୁ ଜନଗହଳି ସ୍ଥାନକୁ ବିଶୋଧନ

ବରପାଲି: ବରପାଲି ଏନଏସି ପ୍ରସାସନ ପକ୍ଷରୁ ସପ୍ତାହନ୍ତ ଅବସରରେ ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ସହ କୋର୍ଟ ଓ ତହସିଲ କାର୍ଯ୍ୟାଳୟ ମାନଙ୍କରେ ସେନିଟାଇଜ ଛିଞ୍ଚନ ହୋଇଯାଇଛି। ରବିବାର ପୁର୍ବାହ୍ନରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କ ନିର୍ଦେଶରେ ସ୍ଥାନିୟ ଦୈନିକ ବଜାର ବସୁଥିବା ମୂଖ୍ୟ ରାସ୍ତାକଡ଼,ରେଲୱେ ଷ୍ଟେସନ,ସରକାରୀ ଡ଼ାକ୍ତରଖାନା ବିଭିନ୍ନ ଘରୋଇ ଛିକିତ୍ସାଳୟ ଓ ବିଭିନ୍ନ ବ୍ୟାଙ୍କ ପରିସର ସହ ମୂଖ୍ୟ ରାସ୍ତାର ଦୁହି ପାର୍ଶ୍ବ ଓ ବିଭିନ୍ନ ଏଟିଏମ କାଉଣ୍ଟର ମାନଙ୍କୁୁ ସେନିଟାଇଜ ମେସିନ ସହାୟତାରେ ଜିବାଣୁ ମୁକ୍ତ ସୋଡ଼ିୟମ ହାଇପୋ କ୍ଲୋରାଇଡ଼ ସଲ୍ୟୁସନ ମିଶ୍ରିତ ପାଣିରେ ବିଶୋଧନ କରାଯାଇଥିଲା। ମୂଖ୍ୟତଃ ସପ୍ତାହର ଅନ୍ୟ ପାଞ୍ଚଦିନ ମଧ୍ୟରେ ସାବିତ୍ରୀ ଅମାବାସ୍ୟା ସହ ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟରେ ଲୋକଙ୍କ ଜନସମାଗମ ମାନ ହୋଇଥିବା ଦୃଷ୍ଟିରୁ ପ୍ରସାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିିଥିଲା।

Comments are closed.