ମଣ୍ଡିରେ ତାଲା ପକାଇ ପ୍ରତିବାଦ କଲେ ଚାଷୀ

ବରପାଲି: ବରପାଲି ନିୟନ୍ତ୍ରିତ ବଜାର ଧାନମଣ୍ଡି କାର୍ଯ୍ୟାଳୟରେ ତାଲା ପକାଇ ଟୋକନ ସମସ୍ୟାର ସରଳିକରଣ ପାଇଁ ଅଚଂଳର ଚାଷୀକୂଳ ପ୍ରତିବାଦ ଜଣାଇଥିବା ଦେଖାଯାଇଛି। ଶୁକ୍ରବାର ପୁର୍ବାହ୍ନ ସମୟରେ ଅଚଂଳର ବାରଙ୍ଗପାଲି ଓ କାଇଁଶିର ଗାଁର ଚାଷୀମାନେ ଟ୍ରାକ୍ଟରରେ ବୋଝେଇ ଧାନବସ୍ତା ମାନ ବିକ୍ରି ପାଇଁ ମାର୍କେଟ ପରିସରରେ ପହଞ୍ଚିଥିଲେ। ହେଲେ ପେକ୍ସବାଲା ଚାଷୀଙ୍କୁ ଧାନ ବିକିବା ନିମନ୍ତେ ଟୋକନ ସହାୟତା ଯୋଗାଇବାରେ ଅବହେଳା ଓ ନାକାରାତ୍ମକ ଉତ୍ତର ଦେବାରୁ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚାଷୀମାନେ ଉତ୍ତେଜିତ ହେବା ସହିତ କାର୍ଯ୍ୟାଳୟରୁ ବଜାର ଓ ପେକ୍ସ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ କହି ଗେଟରେ ତାଲା ପକାଇ ପ୍ରତିବାଦ ଜଣାଇଥିଲେ।

ସୂଚନାନୁଯାୟୀ ବର୍ତ୍ତମାନ ବିପର୍ଯ୍ୟୟ ପାଗ ଓ କାଳ ବୈଶାଖିର ଶିକାରରୁ ବଂଚିବା ନିମନ୍ତେ ରାତିଦିନ ଏକାକାର କରି କଷ୍ଟେମଷ୍ଟେ ଉପାର୍ଜିତ ଧାନ ବିକିବା ପାଇଁ ମଣ୍ଡିର ସହାୟତା ନେଇଥିଲା। ହେଲେ ବଜାର ବାଲା ପାଞ୍ଚ ଏକର ଚାଷୀକୁ ଏକ ଏକର ଉପାର୍ଜିତ ଧାନ ବିକିବା ପାଇଁ ଟୋକନ ପ୍ରଦାନ କରିଥିଲେ। ଧାନ ୫୦ବସ୍ତା ନେଇ ଯାଇଥିବା ଚାଷୀ ଯଦି ୧୦ ବସ୍ତା ଧାନ ବିକିବାର ଟୋକନ ପାଉଛି ତାହେଲେ ବଳକା ୪୦ବସ୍ତା ଧାନ କେବେ ବିକିବ ବୋଲି ବଜାରବାଲାଙ୍କୁ ପ୍ରଶ୍ନ ପଚାରିଲେ ଥିଲେ। ବଜାର ଓ ସମବାୟ କର୍ମଚାରୀମାନେ ଆମେ କଣ କରିିବୁ, ବିଭାଗର ନିର୍ଦେଶ ଅନୁସାରେ ଆମେ ଆମ କାମ କରୁଛୁ ବୋଲି ପ୍ରତିଉତ୍ତର ଦେଇଥିଲେ। ଏହିପରି ନକରାତ୍ମକ ଉତ୍ତର ଶୁଣି ଚାଷୀକୂଳଙ୍କ ମନରେ ଉତ୍ତେଜନା ପ୍ରକାଶ ପାଇବା ସହ ପ୍ରତିବାଦ ଜଣାଇ ଅଧିକାରୀଙ୍କୁ ଡ଼ାକ ବୋଲି ଅଡ଼ି ବସିଥିଲେ। ଖବରପାଇ ଯୋଗାଣ ଓ ବଜାର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଚାଷୀମାନଙ୍କୁ ବୁଝାସୁଝା କଲାପରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଉପରିସ୍ଥ କର୍ତ୍ତୁପକ୍ଷଙ୍କୁ ଆମେ ଜଣାଇ ସମାଧାନର ବାଟ ନିଶ୍ଚିତ ୪/୫ ଦିନ ମଧ୍ୟରେ ଖୋଲିବୁ ବୋଲି ପ୍ରତିଶୃତି ଦେଇଥିଲେ। ପରେ ଚାଷୀମାନେ ଗେଟର ତାଲା ଖୋଲି ଦେଲାପରେ ଅବସ୍ଥା ସ୍ୱାଭାବିକ ହୋଇଥିଲା।

Comments are closed.