କଂଗ୍ରେସ ଦଳ ପକ୍ଷରୁ ବଳିଦାନ ଦିବସ

ବରପାଲି: ବରପାଲି କଂଗ୍ରେସ ଦଳ ପକ୍ଷରୁ ପୁର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧିଙ୍କ ତିରୋଧାନ ଦିବସ ସ୍ମୃତିକୁ ବଳିଦାନ ଦିବସ ରୂପେ ପାଳିତ ହୋଇଯାଇଛି। ସ୍ଥାନିୟ ମାହାତ୍ମାଗାନ୍ଧି ଛକ ନିକଟସ୍ଥ ସୋହେଲା ଛକରେ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲାପରେ ଦଳିୟ କର୍ମି ଓ ନେତାମାନେ ଗରିବ ଅସହାୟ ମାନଙ୍କୁ ମାକ୍ସ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରିଥିଲେ। ସେହିପରି ରାସ୍ତାରେ ଯାତାୟତ ହେଉଥିବା ବାଇକ ଓ ସାଇକେଲ ଆରୋହିମାନଙ୍କୁ କରୋନା ପ୍ରତିହତ ମୂଳକ ବାର୍ତ୍ତା ବୁଝାଇବା ସହିତ ଗାଇଡ଼ଲାଇନକୁ ସମ୍ମାନ ଜଣାଇ ଇଚେତନତା ପାଳନ ଉପରେ ଗୁରୁତ୍ୱ ଦେଇଥିଲେ।

ଯୁବନେତା ଅଭିଷେକ ସେଠଙ୍କ ତତ୍ୱାଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଅଶ୍ୱିନୀ ରାଉତ,ନିରଞ୍ଜନ ମିଶ୍ର,ସୁରେନ୍ଦ୍ର ମେହେର,ସରୋଜ ଭୋଇ ପ୍ରମୁଖଙ୍କ ସମେତ ଦଳିୟ କର୍ମି ମାନେ ବିଭିନ୍ନ ଛକରେ ମାକ୍ସ ଓ ସମାଗ୍ରିି ମାନ ବାଣ୍ଟିଥିଲେ।

Comments are closed.