ଡ଼ମ୍ପିଂୟାର୍ଡ଼ରେ ଏନଏସି ପକ୍ଷରୁ ବନମହୋତ୍ସବ

ବରପାଲି : ବରଗଡ ଜିଲା ବରପାଲି ଏନଏସି ପ୍ରସାସନ ପକ୍ଷରୁ ସ୍ଥାନିୟ କଁଇରାଟିକିରା ପୁରୁଣା ଡ଼ମ୍ପିଂଙ୍ଗୟାର୍ଡ଼ ପରିସରରେ ଏକ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମେହେର ମୂଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ କନିଷ୍ଠ ଯନ୍ତ୍ରୀ ଶିବଶଙ୍କର ଗିରି, ଏକାଉଣ୍ଟଣ୍ଟେ ନିତ୍ୟାନନ୍ଦ ସାହୁ ଓ ମୂଖ୍ୟ ଜମାଦାର ଫକିର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ସଚେତନତା ମୂଳକ ଓ ପରିବେଶ ସୁରକ୍ଷା ସମ୍ବନ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ମାନେ ବର୍ତ୍ତମାନର ପରିବେଶ ଜନିତ କୁପ୍ରଭାବ ଯୋଗୁ ବାୟୁମଣ୍ଡଳର ପରିବର୍ତ୍ତନ ଓ ଋତୁକାଳିନ ବ୍ୟତିକ୍ରମ ଓ ପାଣି ପାଗର ଅଭାବନିୟ ସ୍ଥିତି,ସ୍ୱଚ୍ଛତା ଅଭିଯାନ ସମ୍ପର୍କିତ ବହୁ ଗୁରୁତ୍ୱପୁର୍ଣ୍ଣ ଯୁକ୍ତି ଉପରେ ଆଲୋଚନା କରିଥିଲେ। ପରେ ଅତିଥି ମାନଙ୍କ ଗହଣରେ ୫୦ରୁ ଉର୍ଦ୍ଧ୍ବ ଭିନ୍ନଭିନ୍ନ ଜାତିୟ ଚାରା ମାନ ରୋପଣ କରାଯାଇଥିଲା । କୋଭିଡ଼୧୯ ସରକାରୀ ନିତି ନିୟମକୁ ସମ୍ମାନ ଜଣାଇ ସାମାଜିକ ଦୁରତ୍ୱ ଓ ମାକ୍ସ ବ୍ୟବହାର ମଧ୍ୟରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପରିଚାଳନାରେ ଅଜିତ ମେହେର, ସୁଦିପ୍ତ ପଧାନ, ବାବୁଲୁ ବେହେରା,ସୁଜିତ ଗୁର୍ଲା, ଦାମୋଦର ସୂନା, ଉମାକାନ୍ତ ସୂନା, ଲୁଲୁ କୋକା, ଲୁକୁ ନାଗ ଦିନବନ୍ଧୁ ମଲ୍ଲିକ,ଜଗାନନ୍ଦ ବେହେରା, ଟିକେମନୀ ମେହେର, ତୁଲସି ରାମ ମେହେର, ଯୋଗେଶ୍ୱର ବେହେରା, ପାଣ୍ଡବ ବାଗ, କୃପାସିନ୍ଦୁ କୁମ୍ବାର ପ୍ରମୁଖଙ୍କ ଦ୍ୱାରା ସଞ୍ଚାଳିତ ହୋଇଥିଲା ।

Comments are closed.