ହାଜତରୁ ଚମ୍ପଟ ମାରିଲେ ୩ ଅଭିଯୁକ୍ତ,୨ ଜଣଙ୍କୁ ଧରିଲା ପୁଲିସ

ବାରଙ୍ଗ: ନନ୍ଦନକାନନ ଥାନା ହାଜତରୁ ଚମ୍ପଟ ମାରିଲେ ୩ ଅଭିଯୁକ୍ତ। ହାଜତରେ ଲାଗିଥିବା ଲୁହା ରେଲିଂକୁ ବଙ୍କା କରି ଏହି ୩ ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚମ୍ପଟ ମାରିଥିବା ୩ ଅଭିଯୁକ୍ତଙ୍କୁ ବାରଙ୍ଗ ଥାନା ପୁଲିସ ପ୍ରାୟ ୩ ଘଣ୍ଟା ଗୋଡାଇବା ପରେ ୨ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ପୁଲିସ ୩ ଅଭିଯୁକ୍ତଙ୍କୁ ଗୋଡାଇ ରଘୁନାଥପୁର ବଡମଶାଣି ଜଙ୍ଗଲରେ ଗିରଫ କରିଥିବା ଜଣାପଡିଛି। ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାପାଇଁ ପୁଲିସ ତନାଘନା ଚଳାଇଛି।

Comments are closed.