ମା’ର ତଣ୍ଟି କାଟି ହତ୍ୟା କଲା ପୁଅ

ବରଗଡ଼: ବ୍ଲେଡରେ ତଣ୍ଟି କାଟି ମାଆକୁ ହତ୍ୟା କଲା ନୃସଂଶ ପୁଅ। ବରପାଲି ଥାନା କୁମ୍ଭାରୀ ଗାଁରେ ଘରୋଇ କଳିରୁ ଘଟିଛି ବୀଭତ୍ସ କାଣ୍ଡ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ପୁଲିସ ମା’ର ମୃତଦେହକୁ ଜବତ ସହ ପୁଅକୁ ଗିରଫ କରିଥିଲା। ପୁଅର ମାନସିକ ବିକୃତି ଯୋଗୁ ସେ ଏଭଳି କାଣ୍ଡ ଭିଆଇଥିବା ଆଲୋଚନା ହେଉଛି।

Comments are closed.