ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୁଲିସ, ଗାଁରେ ପୁରାଇ ଦେଲେନି ଗ୍ରାମବାସୀ

ପୁଲିସ-ଗ୍ରାମବାସୀ ମୁହଁମୁହଁ, ଗାଁ ମୁଣ୍ଡରେ ୪ ପ୍ଲାଟୁନ୍‌ ପୁଲିସ ମୁତୟନ

ବରଗଡ଼: ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଯାଇଥିବାବେଳେ ଭେଡେନ୍‌ ଥାନା ବୁର୍ଦ୍ଦା ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ବୁର୍ଦ୍ଦା ଗାଁରେ ପୁଲିସ ଗ୍ରାମବାସୀ ମୁମହାଁମୁହିଁ ହୋଇଛନ୍ତି। ସେଠାକାର ଗ୍ରାମବାସୀ ଗାଁ ଭିତରକୁ ପୁଲିସକୁ ପ୍ରବେଶ କରାଇ ଦେଉନାହାନ୍ତି । ଫଳରେ ବୁର୍ଦ୍ଦା ଗାଁ ପ୍ରବେଶ ପଥରେ ୪ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବରଗଡ଼ ଜିଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୂର୍ବର ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଗାଁକୁ ଯାଇଥିବା ବେଳେ ସେଠାରେ ଉତ୍ତେଜନା ଦେଖାଦେଇଛି ଏବଂ ଗ୍ରାମବାସୀମାନେ ମିଳିତ ଭାବେ ଗାଁ ଭିତରକୁ ପୁଲିସ୍‌କୁ ପ୍ରବେଶ କରାଇ ଦେଉନାହାନ୍ତି। ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ଧାରଣାରେ ବସି ରହିଛନ୍ତି।

ବୁର୍ଦ୍ଦା ଗାଁର ଗ୍ରାମବାସୀ ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତ ମାସ ୧୭ ତାରିଖରେ ଭେଡେନ ଥାନା ଘେରାଉ କରିଥିଲେ। ଏହାକୁ ନେଇ ଥାନାରେ ଉତ୍ତେଜନା ଦେଖା ଦେବା ପରେ ପୁଲିସ୍‌ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ୨୭ରୁ ଅଧିକ ଗ୍ରାମବାସୀଙ୍କ ନାମରେ ଭେଡେନ୍‌ ଥାନା ପକ୍ଷରୁ ମାମଲା ରୁଜୁ ହୋଇଥିଲା। ମାମଲାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଆଜି ପୁଲି ବୁର୍ଦ୍ଦା ଗାଁକୁ ଯାଇଥିଲା ଏବଂ ସେଠାରେ ପୁଣି ଉତ୍ତେଜନା ଦେଖାଦେଇଛି।

Comments are closed.