ଘରକୁ ନାହିଁ ବିଦ୍ୟୁତ ସଂଯୋଗ କିନ୍ତୁ ଆସୁଛି ବିଲ୍‌

ବରଗଡ଼  : ବରଗଡ଼ ଜିଲାର ବରଡୋଲ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ଗ୍ରାମର ନଦୀପଡ଼ାରେ ବିଦ୍ୟୁତ ସଂଯୋଗ ନଥାଇ ଗ୍ରାହକ ମାନଙ୍କ ନାମରେ ଆସୁଛି ବିଦ୍ୟୁତ ବିଲ । ସେଥିପାଇଁ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଅଶାନ୍ତି ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶଯେ ଏହି ଗ୍ରାମରେ ପ୍ରାୟ ଏକ ବର୍ଷରୁ ଅଧିକ ହେଲା ପ୍ରାୟ ୪୦ରୁ ଅଧିକ ଘରେ ସରକାରଙ୍କ ପଣ୍ଡିତ ଦିନ ଦୟାଲ ଯୋଜନାରେ ସାମିଲ କରାଯାଇଛି । ମାତ୍ର ହିତାଧିକାରୀଙ୍କ ଘର ମାନଙ୍କୁ ଏଥିପାଇଁ ତାର ଟଣା ଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ନାହିଁ । ଫଳରେ ଏହି ଗରିବ ଲୋକେ ଟଙ୍ଗା ଯାଇଥିବା ତାରକୁ ଦେଖି ସମୟ କାଟୁଛନ୍ତି । ବାରମ୍ବାର ବିଦ୍ୟୁତ ସଂଯୋଗ ପାଇଁ ଦାବୀ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଅପରପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଲାଇନ ଆସିନଥିଲେ ମଧ୍ୟ ସମସ୍ତଙ୍କୁ ବିଦ୍ୟୁତ ବିଲ ଦିଆଯାଇଛି । ଏଣୁ ଆଶ୍ଚର୍ଯ୍ୟର କଥା ବିଦ୍ୟୁତ ସଂଯୋଗ ନହୋଇ ବିଲ  କିପରି ଆସୁଛି। ଏଥିପାଇଁ ଆଜିନଦୀପଡ଼ାର ବାସିନ୍ଦାମାନେ ବରଗଡ଼ ୱେସକୋ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Comments are closed.