ରୋଜିମୃତ୍ୟୁ ହତ୍ୟା ନାଁ ଆତ୍ମହତ୍ୟା ଦୁବିଧାରେ ପୋଲିସ

ବରପାଲି :ବରପାଲି ବ୍ଲକ ଫୁଲାପାଲି ରଙ୍ଗାଟିକିରା ଗାଁରୁ ପୋଲିସ ଜୈନେକା ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛ୍ୟଦ ନିମନ୍ତେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଦେଇଛି। ସୋମବାର ପୁର୍ବାହ୍ନ ସମୟରେ ବରଗଡ଼ ବ୍ଲକ ଗାଇସମା ଗାଁର କମଳ ସାହୁ ମୋଝିଅ ରୋଜି ସାହୁ (୨୧)କୁ ରଙ୍ଗାଟିକିରା ତାର ସ୍ୱାମୀଘର ଲୋକେ ଜାଣିଶୁଣି ହତ୍ୟା କରିଥିବା ଦର୍ଶାଇ ଏକ ଆଭିଯୋଗ ଆଣିଥିଲେ। ପରେ ଥାନା ଅଧିକାରୀ ରୋଜାଲିନ ପଟେଲଙ୍କ ନେତୃତ୍ୱରେ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତଶରୀରକୁ ଜବଦ କରିଥିଲେ। ପରେ ଘଟଣା ସମ୍ବନ୍ଧରେ ସ୍ୱାମୀ ମିନକେତନ ସ୍ୱାଇଁ ଓ ଆଖାପାଖ ଲୋକଙ୍କୁ ପଚରାଉଚୁରା କରିଥିଲେ। ସ୍ୱାମୀ ମିନକେତନ କହିବାକଥା ସକାଳୁ କାହାକୁ କୌଣଷି କଥା ନଜଣାଇ ରୋଜି ତାର ଓଢ଼ଣି ସହାୟତାରେ ଶୋଇବାଘର ସିଲିଂଫ୍ୟାନ ହୁକରେ ଝୁଲୁଥିବା ଅବସ୍ଥାରେ ଆମେ ଦେଖିଥିଲୁ। ପରେ ଗାଁବାଲାଙ୍କୁ ଡ଼ାକି ସମସ୍ତଙ୍କୁ ଜଣାଇବା ସହ ଶଶୁରଘର ଲୋକଙ୍କୁ ଖବର ମଧ୍ୟ ଦେଇଥିଲି।
ହେଲେ ରୋଜିର ବାପା କମଳ ସାହୁ କହିଛନ୍ତି ଯେ ମୋ ଝିଅକୁ ଅକଥନିୟ ଅତ୍ୟାଚାର ଦିଆଯିବା ସହିତ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି। କାରଣ ମୋ ଝିଅ ବାହାଘର ଗତ ୨୭ ଫେବୃୟାରୀ ୨୦୧୯ରେ ହୋଇଥିଲା। ବର୍ତ୍ତମାନ ତାର କୋଳରେ ଛଅ ମାସର ଶିଶୁଟିଏ ଜନ୍ମ ହୋଇଥିଲା। ଏହି ପରିସ୍ଥିତିରେ ମୋ ଝିଅ କାହିଁକି ଆତ୍ମହତ୍ୟା କରିବ ବୋଲି ପ୍ରଶ୍ନ ଉଠାଇଥିଲେ। ସେହିପରି ବାହାଘର ପରଠୁ ମୋର ଜ୍ୱାଇଁ ଅନେକ ସମୟରେ ଯୌତୁକ ଦାବୀ ଉଠାଇ ରୋଜିକୁ ମାନଶିକ ଓ ଶାରିରୀକ ଅତ୍ୟାଚାର କରୁଥିଲେ। ବାହାଘର ପରେ ମୋଟରସାଇକେଲ ଦାବୀ କରିବାରୁ ମୋର ସ୍ଥିତି ଭଲନଥିଲେ ମଧ୍ୟ ଝିଅର କରୁଣତାକୁ ଦେଖି ଯାହିତାହି ଭାବରେ ଏକ ବାଇକ ଯୋଗାଡ଼ କରି ପଠାଇଥିଲି। ହେଲେ ସଦାବେଳେ ଏମାନଙ୍କ କିଛି ନା କିଛି ଦାବି ଉଠିଥାଏ ଏବଂ ମୋ ଝିଅ ଉପରେ ଦାଉ ସାଧିବା ଏମାନଙ୍କ ପାଇଁ ସାମନ୍ୟ କଥା ହୋଇଥାଏ ବୋଲି କହିଥିଲେ। ପରେ ସ୍ଥାନୀୟ ତହସିଲଦାର ଅକ୍ଷୟ ବାଗଙ୍କ ଉପସ୍ଥିତିରେ ମୃତଶରୀର ମାଇନା କରିବା ସହିତ ବାପା କମଳ ସାହୁଙ୍କ ସହାୟତାରେ ଶବବ୍ୟବଚ୍ଚ୍ୟଦ ନିମନ୍ତେ ପଠାଇଥିଲେ। ପୋଲିସ ଅଭିଯୋଗକାରୀ ମୃତ ଝିଅର ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଥାନାରେ ପଚରାଉଚୁରା ଜାରି ରଖିଛି।