ସମାଜ କଲ୍ୟାଣ ପାଇଁ ସମଲେଶ୍ବରୀଙ୍କ ଠାରେ ୧୦୮ ଦୀପ ପ୍ରଜ୍ଵଳନ

ବରଗଡ଼ : ବର୍ତ୍ତମାନ କରୋନା ମୁକାବିଲା ପାଇଁ ସବୁଠାରେ ଲକ୍ ଡାଉନ ପରିସ୍ଥିତି ରହିଛି । ଏଥିପାଇଁ ଭକ୍ତମାନେ ମନ୍ଦିର ଯାଇ ଦେବାଦେବୀ ଦର୍ଶନ ମଧ୍ୟ କରୁପାରୁ ନାହାନ୍ତି । ଏପରି ସମୟରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଠାରେ ବିଶ୍ଵ କଲ୍ୟାଣ ପାଇଁ ୧୦୮ଦୀପ ପ୍ରଜ୍ଵଲନ କରାଯାଇଛି । କରୋନା ପରିସ୍ଥିତିରୁ ଶୀଘ୍ର ମୁକ୍ତି ଦେଇ ସଂସାର ମଙ୍ଗଳ ପାଇଁ ମନ୍ଦିର ପୂଜକ ରତ୍ନାକର ଝାଙ୍କର ଓ ପଣ୍ଡିତ ଶିବ ମିଶ୍ର ପୂଜା କାର୍ଯ୍ୟ କରିଥିଲେ । ଲାକଡାଉନ ଯୋଗୁ ଏହି ପୂଜାକାର୍ଯ୍ୟ ନିରାଡ଼ମ୍ବର ଭାବେ ସମ୍ପାଦିତ ହୋଇଛି ।

Comments are closed.