ଫେସବୁକରେ କରୋନା ଆକ୍ରାନ୍ତଙ୍କ ତଥ୍ୟ ପୋଷ୍ଟ କରିବାରୁ ଯୁବକଙ୍କ ନାମରେ ମାମଲା ରୁଜ୍ଜୁ କଲା ପୁଲିସ

ବରଗଡ଼ : ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଜଣେ ଯୁବକ କରୋନା ସମ୍ପର୍କିତ ତଥ୍ୟ ପୋଷ୍ଟ କରିବାରୁ ପୁଲିସ ଉକ୍ତ ଯୁବକଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା  ଜଣାପଡିଛି। ଏନେଇ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣି ଦାଶ ସୂଚନା ଦେଇଛନ୍ତି । ପ୍ରହଲ୍ଲାଦ ଉର୍ମା ନାମକ ଜଣେ ଯୁବକ ଅତାବିରା ଅଞ୍ଚଳରେ ଜଣେ ମହିଳାଙ୍କ କରୋନା ପଜିଟିଭ ବାହାରିଥିବା ଏବଂ ଉକ୍ତ ମହିଳାଙ୍କ ସମ୍ପୁର୍ଣ୍ଣ ତଥ୍ୟ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହା କୋଭିଡ ନିୟମ ଉଲଂଘନ ହୋଇଥିବା କାରଣରୁ ପୁଲିସ ଉକ୍ତ ଯୁବକଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି।

Comments are closed.