ଜାତୀୟ ଡାକ୍ତର ଦିବସରେ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼ : ଡାକ୍ତର ବିଧାନ ଚନ୍ଦ୍ର ରାୟ ସେ ଜଣେ ଏକାଧାରରେ ଚିକିତ୍ସକ,ଶିକ୍ଷାବିତ୍,ଚାଣକ୍ୟ,ସ୍ବାଧୀନତା ସଂଗ୍ରାମୀ ତଥା ରାଜନେତା ଥିଲେ ପଶ୍ଚିମ ବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ମଧ୍ୟ କରିଥିଲେ। ସେ ୧୮୮୨ ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୬୨ ମସିହା ଜୁଲାଇ ୧ ତାରିଖରେ ହିଁ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଦେଶପ୍ରତି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା। ସ୍ବର୍ଗତ ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତର ମାନଙ୍କ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଏ। ଏହି ପରିପ୍ରେକ୍ଷୀରେ ଇନରହ୍ବିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ତରଫରୁ ସହରର ସରକାରୀ ଡାକ୍ତରଖାନାରେ କାମ କରୁଥିବା ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିପାଇଁ କ୍ଲବ ପକ୍ଷରୁ ସଭାନେତ୍ରୀ ନେହା ତୁଲିଙ୍କ ସହିତ ମୌସୁମୀ ନାକୁଲା, ରିଚା ପିପଲାନି ପ୍ରମୁଖ ସଦସ୍ୟା ଡାକ୍ତରଖାନାରେ ପହଞ୍ଚି ଉପସ୍ଥିତ ଥିବା ଡାକ୍ତର ସଞ୍ଜୀବ କୁମାର ତ୍ରିପାଠୀ, ଡାକ୍ତର ଦୁର୍ଗା ପ୍ରସାଦ ସାହୁ,ଡାକ୍ତର ଜ୍ଞାନ ପଣ୍ଡା ତଥା ଅନ୍ୟାନ୍ୟ ଡାକ୍ତର ମାନଙ୍କୁ ସ୍ମୃତି ଫଳକ ଏବଂ ଫୁଲତୋଡା ଦେଇ ସମ୍ମାନିତ କରିଛନ୍ତି। ଡାକ୍ତର ମାନଙ୍କ ତରଫରୁ କ୍ଲବର ସମସ୍ତ ସଦସ୍ୟା ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

Comments are closed.