ବାରବାଟୀ ଦିନିକିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

କଟକ: ଡିସେମ୍ବର ୨୨ରେ କଟକରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ତ୍ବତୀୟ ତଥା ଅନ୍ତିମ ଦିନିକିଆ। ଏଥିପାଇଁ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିୟମ। ସାମୁଦ୍ରିକ ଝଡ ଫନିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବାରବାଟୀ ନୂଆରୂପରେ ସଜେଇ ​‌ହେଉଛି।ଷ୍ଟାଡିୟମକୁ  ନୂଆରୂପଦେବା ପାଇଁ ଓଡିଶା କ୍ରିକେଟ ଆସୋସିଏନ ଜୋରଦାର ପସ୍ତୁତି କରୁଛି। ବାରବାଟୀ ମ୍ୟାଚ୍ ପୂର୍ବରୁ ଶନିବାର ବାରବାଟୀ ଷ୍ଟାଡିୟମ ପରିସରରେ ସୁରକ୍ଷା ବ୍ୟବସ୍ତାର ତଦାରଖ କରିଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ମନ୍ତ୍ରୀ ଆଜି କଟକ ପୁଲିସ ମୁଖ୍ୟାଳୟରେ ପହଞ୍ଚି ପୁଲିସ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ସହ ସୁରକ୍ଷା ବ୍ୟବସ୍ତା ନେଇ ଆଲୋଚନା କରିବା ପରେ ବାରବାଟୀ ଷ୍ଟାଡିୟମକୁ ଯାଇ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ତାର ଯାଞ୍ଚ କରିଥିଲେ। ଗୃହମନ୍ତ୍ରୀଙ୍କ ସହ ପୁଲିସ ଡିଜି ସତ୍ୟଜିତ ମହାନ୍ତି, ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ,କଟକ ଡିସିପି ଅଖିଳେଶ୍ବର ସିଂହ ଓ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହ ସୁରକ୍ଷା ବ୍ୟବସ୍ଥାନେଇ ଆଲୋଚନା କରିଥିଲେ।

ବାରବାଟୀରେ ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଯାଇଥିବା ବେଳେ ଷ୍ଟାଡିୟମରେ ବସି କ୍ରିକେଟର ମଜା ନେବାକୁ ପ୍ରଶଂସକ ଅନଲାଇନରେ ଟିକେଟ କିଣି ସାରିଲେଣି।୧୯ରୁ ଷ୍ଟାଡିୟମ କାଉଣ୍ଟରରୁ  ମିଳିବ ଅଫଲାଇନ ଟିକଟ୍। ସୁରକ୍ଷା ଦୃଷ୍ଟିରୁ ବାରବାଟୀର ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବ । ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ । ତଳ ବାଲିଯାତ୍ରା ପଡ଼ିଆରେ ଫ୍ୟାନ ଜୋନ୍ ମଧ୍ୟ ରହିବ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି ।

Comments are closed.