ବାରବାଟୀରେ ଧୋନିଙ୍କ ଗୋଟିଏ ଶତକ, ଗୋଟିଏ ଅର୍ଦ୍ଧଶତକ

କଟକ : ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଧୋନି ୩ଟି ଏକଦିବସୀୟ ମ୍ୟାଚ ଓ ୨ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ୨୦୦୭ ଜାନୁଆରୀ ୨୪ରେ ଧୋନି ୱେଷ୍ଟଇଣ୍ଡିଜ୍‌ ସହିତ ମ୍ୟାଚ ଖେଳିଥିଲେ। ଉକ୍ତ ମ୍ୟାଚରେ ଅନ୍ୟତମ ୱିକେଟକିପର ଭାବେ ଦିନେଶ କାର୍ତ୍ତିକ ମଧ୍ୟ ଖେଳିଥିଲେ। ଭାରତ ଉକ୍ତ ମ୍ୟାଚକୁ ୨୦ରନରେ ବିଜୟୀ ହୋଇଥିବାବେଳେ ଧୋନି ୬ରନ କରିଥିଲେ। ୨୦୦୮ ନଭେମ୍ବର ୨୬ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଧୋନୀ ବାରବାଟୀରେ ଖେଳିଥିଲେ। ଉକ୍ତ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିବା​‌େବଳେ ଧୋନି ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ମ୍ୟାଚରେ ସେ ୫୦ରନ ମଧ୍ୟ କରିଥିଲେ। ୨୦୧୭ ଜାନୁଆରୀ ୧୯ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଧୋନି ବାରବାଟୀରେ ଖେଳିଥିଲେ। ଉକ୍ତ ମ୍ୟାଚ​‌େ​‌ର ସେ ୧୩୪ରନ କରିଥିଲେ। ଭାରତ ୧୫ରନରେ ବିଜୟୀ ହୋଇଥିଲା। ସେହିପରି ୨୦୧୫ରେ ଦକ୍ଷିଣଆଫ୍ରିକା ବିପକ୍ଷରେ ଧୋନୀ ବାରବାଟୀରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ ଖେଳିଥିଲେ। ଉକ୍ତ ମ୍ୟାଚରେ ଭାରତ ୫ ୱିକେଟରେ ପରାଜିତ ହୋଇଥିବାବେଳେ ଧୋନି ୫ରନ କରିଥିଲେ। ୨୦୧୭ ଡିସେମ୍ବର ୨୦ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଟ୍ବେଣ୍ଟି୨୦ ମ୍ୟାଚରେ ଧୋନୀ ୩୯ରନ କରି ନଟ୍‌ଆଉଟ୍‌ ରହିଥିଲେ।

Comments are closed.