‘ଫନି’ ପ୍ରଭାବିତ ଜିଲ୍ଲାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା

ଭୁବନେଶ୍ବର : ‘ଫନି’ ପ୍ରବାହରେ ରାଜ୍ୟରେ ଘୋର କ୍ଷତି ଘଟିଛି ା ଏହି ପରିପ୍ରେକ୍ଷୀ​‌େ​‌ର ମୌଳିକ ବ୍ୟାଙ୍କିଙ୍ଗ୍‌ ପରିସେବାକୁ ନିଜର ବ୍ୟବସାୟିକ ଜରୁରୀକାଳୀନ ଯୋଜନାନୁଯାୟୀ ବଜାୟ ରଖିବାକୁ ବ୍ୟାଙ୍କଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କରେ ପର୍ଯ୍ୟାପ୍ତ ପରିମାଣର ​‌ନୋଟ୍‌ ଏବଂ କଏନ୍‌ ଗଚ୍ଛିତ ରହିଛି। ପ୍ରଭାବିତ ଅଞ୍ଚଳରେ ଚାହିଦାକୁ ଦୃଷ୍ଟିରେ ରଖି ଅର୍ଥ ପଠାଯାଉଛି। ଏ ନେଇ ଗ୍ରାହକମାନେ କୌଣସି ପ୍ରକାର ଆଶଙ୍କା ନ ପ୍ରକାଶ କରିବା ଉଚିତ। ଏହାଛଡା ପ୍ରଭାବିତ ଜିଲାଗୁଡିକରେ ରହିଥିବା ବ୍ୟାଙ୍କଗୁଡିକର କରେନ୍ସି ଚେଷ୍ଟଗୁଡିକୁ ପର୍ଯ୍ୟାପ୍ତ ପରିମାଣର ନୋଟ୍‌ ପଠାଯାଉଛି। କମିସନରେଟ୍‌ ପୁଲିସ ପକ୍ଷରୁ ପରିବହନ ଲାଗି ସ୍ବତନ୍ତ୍ର ସଶସ୍ତ୍ର ବାହିନୀକୁ ନିୟୋଜିତ କରାଯାଇଛି। ବାତ୍ୟା ପ୍ରଭାବିତ ୧୪ ଜିଲାରେ ବ୍ୟାଙ୍କ ଶାଖା ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ଏହାଛଡା ରବିବାର ଏବଂ ଛୁଟି ଦିନରେ ମଧ୍ୟ ବ୍ୟାଙ୍କ ଶାଖା ଖୋଲା ରଖିବା ଲାଗି ନିର୍ଦେଶ ଦିଆଯାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି।
‘ଫନି’ କୁ ଦୃଷ୍ଟିରେ ରଖି ଆଜି ରିଜର୍ଭ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟଠାରେ ଏକ ସମସ୍ତ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଆର୍‌ବିଆଇର ଆଞ୍ଚଳିକ ନି​ର୍ଦେ‌ଶକ ଏମ୍‌.କେ. ମଲ୍‌ କହିଲେ, ବାତ୍ୟା ପରେ ଚଳିତମାସ ୬ରେ ପରିସ୍ଥିତି ଉପରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସବ୍‌କମିଟି (ଏସ୍‌ଏଲ୍‌ବିସି) ବୈଠକରେ ସମୀକ୍ଷା କରାଯାଇଥିଲା ା ପ୍ରଭାବିତ ଅଞ୍ଚଳର ଲୋକେ କିଭଳି ଭାବେ ନୋଟ୍‌ ଏବଂ କଏନ୍‌ ପାଇବା ନେଇ ସମସ୍ୟାର ସମ୍ମୁଖୀନ ନ ହେବେ ସେ ନେଇ ବୈଠକ​‌େ​‌ର ଆଲୋଚନା କରାଯାଇଥିଲା।​‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୦ରେ ଏସ୍‌ଏଲ୍‌ବିସିର ଏକ ସ୍ବତନ୍ତ୍ର ବୈଠକ ଆହ୍ବାନ କରାଯାଇଥିବା ଶ୍ରୀ ମଲ୍‌ ସୂଚନା ଦେଇଛନ୍ତି।

ତେବେ ସମ୍ପ୍ରତି ‘ଫନି’ ପ୍ରଭାବିତ ଅଞ୍ଚଳରେ ଅଧିକାଂଶ ବ୍ୟାଙ୍କ ଶାଖା ଏବଂ ଏଟିଏମ୍‌ କାଉଣ୍ଟର ଅଚଳ ରହିଥିବାବେଳେ ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ସମ୍ପ୍ରତି ୫୦% ବ୍ୟାଙ୍କ ଶାଖା ଏବଂ ଏଟିଏମ୍‌ କାର୍ଯ୍ୟକ୍ଷମ ଥିବା ଆର୍‌ବିଆଇ କର୍ତ୍ତୃପକ୍ଷ କହିଛନ୍ତି ା ପ୍ରକୃତରେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହେଉଥିବା ଯୋଗୁ ଟଙ୍କା ପାଇଁ ଲୋକେ ଗୋଟିଏ ଏଟିଏମ୍‌ରୁ ଆଉ ଏକ ଏଟିଏମ୍‌କୁ ଧାଉଁଥିବା ପରିଲକ୍ଷିତ ହେଉଛି। ଶ୍ରୀ ମଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଡିବିଟି ବ୍ୟବସ୍ଥା ଜରିଆରେ ଲୋକେ ଯେଭଳି ବିଭିନ୍ନ ଅର୍ଥ ପାଇପାରିବେ। ସେ ନେଇ ବ୍ୟବସ୍ଥା କରାଯାଉଛି। ବ୍ୟାଙ୍କଗୁଡିକରେ ପସ୍ ମେସିନ୍‌ ଠିକ୍‌ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲାରେ ବ୍ୟାଙ୍କଗୁଡିକ ପାଇଁ ଅତିରିକ୍ତ କର୍ମଚାରୀ ସହ କଣ୍ଟୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନଗୁଡିକରେ ଓଦା ନୋଟ୍‌ଗୁଡିକୁ ଶୁଖାଇ ଯତ୍ନର ସହ ବଦଳାଯାଇପାରିବ। ମଇଳା, ଚିରା ଫଟା, ଖଣ୍ଡ ଖଣ୍ଡ ହୋଇଥିବା , ପୋଡିଯାଇଥିବା ଏବଂ ଅଠାଲାଗିଯାଇଥିବା ନେ​‌ାଟ୍‌ଗୁଡିକୁ ବଦଳାଇବା ପାଇଁ କାଉଣ୍ଟରରେ ଗ୍ରହଣ କରିବାକୁ ବ୍ୟାଙ୍କଗୁଡିକୁ ନିର୍ଦେଶ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଏହାର କର୍ମଚାରୀଙ୍କୁ ସେମାନଙ୍କର ଅନୂନ୍ୟ ଗୋଟିଏ ବା ତଦୂର୍ଦ୍ଧ ଦିନର ଦରମା ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିବାକୁ ଅନୁରୋଧ କରିଛି।

Comments are closed.