କବି ବିଦ୍ୟାଧର ଖଟୁଆଙ୍କୁ ସାରସ୍ୱତ ସମ୍ମାନ

ବାଙ୍କୀ : ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ସହକାରୀ ଶିକ୍ଷକ ତଥା ସ୍ଥାନୀୟ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ପରିଷଦର ସମ୍ପାଦକ କବି ବିଦ୍ୟାଧର ଖଟୁଆ ନିଜର ସାରସ୍ୱତ ସାଧନା ପାଇଁ କବିବନ୍ଧୁ ପରିବାର ପକ୍ଷରୁ ସାରସ୍ୱତ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରବିବାର ଦିନ ଅପରାହ୍ନରେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଆୟୋଜିତ ରାଜ୍ୟ ସ୍ତରୀୟ ସାରସ୍ୱତ ଉତ୍ସବରେ ତାଙ୍କୁ ମାନପତ୍ର ଓ ଉପଢୈାକନ ସହ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରତିଭାଧରଙ୍କ ସୂଚନାକ୍ରମରେ ମୁଖ୍ୟଅତିଥି ଡଃ କୃଷ୍ଣଚନ୍ଦ୍ର ମିଶ୍ର,ମୁଖ୍ୟବକ୍ତା ଡଃ ହୁସେନରବି ଗାନ୍ଧୀ,ସମ୍ମାନିତ ଅତିଥି ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା,ଡାକ୍ତର ଦେବାଶିଷ ଯଷ୍ଟି,ସଂଗ୍ରାମ କେଶରୀ ସାମନ୍ତରାୟ,ଶ୍ୟାମପ୍ରସାଦ ମିଶ୍ର,ବିଶେଷ୍ୱର ମାଝି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। କବିବନ୍ଧୁ ପରିବାରର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କର ପରିଚାଳନାରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା।

Comments are closed.