ଶିଶୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ

ବାଙ୍କୀ: ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ଶିଶୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିବାସିନୀ ସାମନ୍ତରାୟଙ୍କ ଆବାହକତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସି.ଆର.ସି.ସି ବଳରାମ ପାଇକରାୟ ପରିଚାଳନା କମିଟି ଗଠନର ମାର୍ଗଦର୍ଶିକାକୁ ବୈଠକରେ ଆଲୋକପାତ କରିଥିଲେ। ଉପସ୍ଥିତ ସଦସ୍ୟ ଓ ଅଭିଭାବକ ମାନଙ୍କ ଉପସ୍ଥିତିରେ ସଭାପତି ଭାବରେ ଶେଷଦେବ ରାଉତଙ୍କୁ ନିର୍ବାଚିତ କରାଯାଇଥିଲା। ସେହିପରି ସରୋଜିନୀ ସ୍ୱାଇଁ ଉପସଭାପତି ଭାବରେ ମନୋନିତ ହୋଇଥିଲେ।

ଶିକ୍ଷୟିତ୍ରୀ ଶୈଳବାଳା ମିଶ୍ର, ଅନୁପମା ସାହୁ, ତପସ୍ୱିନୀ ବେହେରା, ପ୍ରଣବ ଚନ୍ଦ୍ର ବେହେରା, ସନ୍ଧ୍ୟାରାଣୀ ଧଳ, ରଶ୍ମିତା ବେହେରା, ନିବେଦିତା ପ୍ରଧାନ, ଜ୍ୟୋର୍ତିମୟୀ ବେହେରା, ନମିତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କ ସମ୍ମତିକ୍ରମରେ ନିର୍ବାଚିତ ସଭାପତି, ଉପସଭାପତି ଓ ସଦସ୍ୟ ନିଜର ଶପଥ ପାଠ କରିଥିଲେ। ଶିକ୍ଷକ ମାନସ ରଂଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.