ମହାଲକ୍ଷ୍ମୀ ସ୍ୱଂୟସହାୟିକା ଗୋଷ୍ଠୀ ପକ୍ଷରୁ ପଞ୍ଚାୟତ ପୋଖରୀରେ ମାଛ ଚାଷ

ବାଙ୍କୀ : ରାଷ୍ଟ୍ରିୟ କୃଷି ବିକାଶ ଯୋଜନାରେ କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସୈାଜନ୍ୟତାରେ ହରିରାଜପୁର ପଞ୍ଚାୟତ ପକ୍ଷରୁ ମାଛ ଚାଷ ଆରମ୍ଭ ହୋଇଛି। ଗୁରୁବାର ଦିନ ସକାଳେ ଏହି ପଞ୍ଚାୟତ ସ୍ଥିତ ଗଉଡ ପୋଖରୀରେ ମହାଲକ୍ଷ୍ମୀ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ରହି ଜଳାଶୟରେ ଏକ କ୍ୱିଣ୍ଟାଲରୁ ଅଧିକ ମାଛ ଜାଆଁଳ ଛାଡି ଗୋଷ୍ଠୀ ଭିତ୍ତିକ କାର୍ଯ୍ୟରେ ଆର୍ଥିକ ରୋଜଗାରକ୍ଷମ ହୋଇ ପାରିବେ ବୋଲି ଅଣ୍ଟା ଭିଡିଛନ୍ତି। ସ୍ଥାନୀୟ ସରପଞ୍ଚ ଦେବସ୍ମିତା ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ମିଶନ୍ ଶକ୍ତି ବ୍ଲକ ସଂଯୋଜିକା , ସୁଜତା ମହାପାତ୍ର,କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ନର୍ମଦା ଦାସ,ସହକାରୀ ମତ୍ସ୍ୟ ଅଧିକାରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଛନ୍ତି।

Comments are closed.