ବିଦ୍ୟାଧର ଖଟୁଆଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ କୁସୁନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଦ୍ୟାଧର ଖଟୁଆ ନିକଟରେ ଜାତୀୟ ସ୍ତରରେ ଆଦର୍ଶ ଶିକ୍ଷକ ସମ୍ମାନ ଗ୍ରହଣ ଗୈାରବ ଅର୍ଜନ କରିଛନ୍ତି। ସେ ଜଣେ ଆଦର୍ଶ ଶିକ୍ଷକ, ପରିବେଶ ଧର୍ମୀ କାର୍ଯ୍ୟକରି ପୂର୍ବରୁ ପ୍ରକୃତିବନ୍ଧୁ ପୁରସ୍କାର ସହିତ ସୃଜନାତ୍ମକ ସାରସ୍ୱତ ସାଧନା ପାଇଁ ବହୁ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ପବିତ୍ର ଶିକ୍ଷକ ଉତ୍ସବ ପାଳନ ଅବସରରେ ମହାରାଷ୍ଟ୍ରର ନାଗପୁର ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଖଟୁଆ ଏହି ସମ୍ମାନ ସହ ଉପଢୈାକନ ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି।

ସମତା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନକୁ ଶ୍ରୀ ଖଟୁଆ ପାଇବା ପରେ ଅଂଚଳର ଶିକ୍ଷକ ମହଲ ଏବଂ ଶୁଭେଚ୍ଛୁ ମାନଙ୍କ ପକ୍ଷରୁ ଓାଟ୍ସ ଆପ୍‍ ଏବଂ ଫେସ୍‍ବୁକ୍‍ ରେ ଶୁଭେଚ୍ଛା ପ୍ରଦାନ କରାଯାଇଛି। ସମତା ସାହିତ୍ୟ ଏକାଡେମୀର ସଭାପତି ରାମଦାସ ଟାଡାସ, ମୁଖ୍ୟ ଉପଦେଷ୍ଟା ଓଡିଶା ସମତା ସାହିତ୍ୟ ଏକାଡେମୀର ବାହାଦୂର ପାଟ୍ଟଷାଣୀ ପ୍ରମୁଖ ଉପସ୍ଥିତ ଥିବା ସମ୍ପର୍କରେ ସମ୍ମାନିତ ପ୍ରତିଭାଙ୍କ ଠାରୁ ସୂଚନା ମିଳିଛି।

Comments are closed.