ଅଭୟପାଦ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଢଁସର ଗ୍ରାମ ସ୍ଥିତ ଏକ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଅନୁଷ୍ଠାନ ଅଭୟପାଦର ୨୧ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ରବିବାର ଦିନ ସ୍ଥାନୀୟ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ମୁଖ୍ୟ ଅତିଥି ଭାବରେ ବାବା ଅମୀୟ କୁମାର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଭୀମସେନ ନାୟକ, ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ଯୋଗଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବରେ ସାରସ୍ୱତ ସାଧକ ଶିକ୍ଷାବିତ୍ ମାଗୁଣି ସାହୁ ଯୋଗଦେଇ ବାର୍ଷିକ ଉତ୍ସବର ଅନୁଚିନ୍ତା ସହ ସାମ୍ପ୍ରତିକ ସମାଜରେ ଆଧ୍ୟାତ୍ମିକ ଭାବାବେଗ ଓ ଭାଗବତ ଅନୁପ୍ରେରଣାର ଆବଶ୍ୟକତା ସମାଜ ପାଇଁ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।

ସଭାପତି କେଶବ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ସାହୁ ବିବରଣୀ ପାଠ କରିଥିଲେ। ଶିକ୍ଷକ ସୋମନାଥ ଖଟୁଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାଧର ଗୀତାଞ୍ଜଳି କର,ପଣ୍ଡିତ ସୁଧାକର ମହାନ୍ତି,ଆଲୋକ କୁମାର ସାହୁ,ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ,ନାଟ୍ୟକାର ସାରଙ୍ଗଧର ପ୍ରଧାନ,ସମାଜସେବୀ ଅକ୍ଷୟ କୁମାର ସାମଲ,ଦୀପକ ସାମନ୍ତରା,ଗୀତାଞ୍ଜଳି ନାୟକ,ଭଜନ ଗାୟିକା ସରୋଜିନୀ ରାଉତ, ପଠାଣି ପରିଡା, ଆଦର୍ଶ କୃଷକ ଓ ସମବାୟବିତ୍ ନିରଞ୍ଜନ ପଣ୍ଡା, ପଖଜ ବାଦକ କାଶୀନାଥ ବେହେରା, ଆଧ୍ୟାତ୍ମିକ ସଂଗଠକ ଦେବରାଜ ସାହୁ,ଶିକ୍ଷକ ବେଣୁଧର କବି, ଭାଗବତ ବାଦକ ପ୍ରମୋଦ କୁମାର ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କବୟିତ୍ରୀ ଶକୁନ୍ତଳା ମଲ୍ଲିକ ଓ ବିଦ୍ୟାଧର ଖଟୁଆ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ। ବାଙ୍କୀର ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଧ୍ୟାତ୍ମିକ ବାଦୀ ଅଭୟପାଦ ଆଶ୍ରିତ ଭକ୍ତଗଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ସହସମ୍ପାଦକ ସୁରେନପୃଷ୍ଟି ଦାସ, ସୁବାସ ପ୍ରହରାଜ, ମୀନକେତନ ଶ୍ରୀଚନନ୍ଦନ, କିଶୋର ନାୟକ, ବିଜୟ କୁମାର ରଣା, ଦେବରାଜ ସାହୁ ଓ ବାଙ୍କନିଧି ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବର୍ତ୍ତମାନ ସମୟରେ ଭାଗବତ ଟୁଙ୍ଗିର ପୁନଃରୁଦ୍ଧାର ଓ ସନ୍ଧ୍ୟାରେ ପ୍ରତିଘରେ ଓଡିଆ ଭାଗବତ ପାଠର ଆବଶ୍ୟକତା ଓ ଯୁବପିଢୀ ଆଧ୍ୟାତ୍ମିକ ସଂସ୍କୃତି ଓ ଚେତନା ପ୍ରତି ମନୋବଳାଇବାର ଯଥେଷ୍ଟ ଆବଶ୍ୟକତା ଥିବା ସମ୍ପର୍କରେ ଅତିଥି ମାନେ ବକ୍ତବ୍ୟ ରଖି ସୁସ୍ଥ ସମାଜ ପାଇଁ ବର୍ତ୍ତମାନ ପିଢୀକୁ ଆହ୍ୱାନ ପ୍ରଦାନ କରିଛନ୍ତି।

Comments are closed.