ବାଙ୍କି ଉପଖଣ୍ଡସ୍ତରୀୟ ମେଡ଼ିକାଲ ଆଉଟଡ଼ୋର ୨୪ ଘଣ୍ଟା ପାଇଁ ବନ୍ଦ

କଟକ : କଟକ ଜିଲାର ବାଙ୍କି ଉପଖଣ୍ଡସ୍ତରୀୟ ମେଡ଼ିକାଲ ଆଉଟଡ଼ୋର ୨୪ ଘଣ୍ଟା ବନ୍ଦ ପାଇଁ ସୋମବାର ନିଷ୍ପତି ହୋଇଛି। ଜଣେ ଡ଼ାକ୍ତରଙ୍କ ପୁଅ କରୋନା ପଜିଟିଭ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବାଙ୍କି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସଂପୃକ୍ତ ଡ଼ାକ୍ତରଙ୍କ କୋଭିଡ଼ ଟେଷ୍ଟ କରାଯିବ। ଉକ୍ତ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ଆଇସୋଲୋନରେ ରହିବେ। ୫/୬ ଜଣ ଡ଼ାକ୍ତର, କିଛି କର୍ମଚାରୀ ମଧ୍ୟ ଆଇସୋଲୋନରେ ରହିବେ ବୋଲି ଜଣାପଡ଼ିଛି।

Comments are closed.