ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜାତୀୟ ଗଣିତ ଦିବସ

ବାଙ୍କୀ: ବୁଧବାର ଦିନ ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟଙ୍ଗରଙ୍କ ଜନ୍ମ ଦିବସ ଅବସରରେ ଜାତୀୟ ଗଣିତ ଦିବସ ସଂକ୍ଷିପ୍ତ ଭାବରେ ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥି ଉପସ୍ଥିତ ରହି ଜାତୀୟ ଗଣିତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି। ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଚାର୍ଯ୍ୟ ପ୍ରଦୀପ କୁମାର ମହାପାତ୍ର ଓ ପ୍ରଧାନ ଆଚାର୍ଯ୍ୟ ନରେଶ କୁମାର ମନ୍ତ୍ରୀ ଦିବସର ଅନୁଚିନ୍ତା ପ୍ରଦାନ କରିଥିଲେ। ଗଣିତ ପ୍ରମୁଖ ଭିକାରୀ ଚରଣ ମିଶ୍ର ଏହି ଅବସରରେ ଆୟୋଜିତ ଗଣିତ ପ୍ରତିଯୋଗିତା ପରିଚାଳନା କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଗୁରୁଜୀ ଶ୍ରୀପତି କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଛନ୍ତି।

Comments are closed.