ଓସ୍ତିଆ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ବିଧାୟକ

ବାଙ୍କୀ : ବାଙ୍କୀ ସରଣ୍ଡା ଜୋନ୍ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଗୁରୁବାର ୫ଗୋଟି ପ୍ରକଳ୍ପକୁ ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ବିଶେଷ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଉଦ୍‌ଘାଟନ କରିଛନ୍ତି। ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଏକ ଶୋଭାଯାତ୍ରାରେ ପ୍ରଥମେ ଆନନ୍ଦପୁରର କୋଠ ଘର ଉଦ୍‌ଘାଟନ କରିବା ସହ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ୩୩ତମ ଜନ୍ମ ଜୟନ୍ତୀ ପାଳନ କରାଯାଇ କେକ୍ କଟାଯାଇଥିଲା । ପରେ ଓସ୍ତିଆ ପଞ୍ଚାୟତ ସ୍ଥିତ ବିଷ୍ଣୁପୁର ଠାରେ ମନେରଗା ଯୋଜନାରେ ନିର୍ମାଣ କରାଯାଇଥିବା ଶିଶୁ ଉଦ୍ୟାନ ନୂଆ ଓସ୍ତିଆ ଠାରେ ପାନୀୟ ପ୍ରକଳ୍ପ ଅଙ୍ଗନୱାଡି କେନ୍ଦ୍ର ଆଦି ପ୍ରକଳ୍ପମାନଙ୍କର ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଏକ ସଭାରେ ଓସ୍ତିଆ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ  ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ଓ ଅଗ୍ରଗତି ସଂପର୍କରେ ମତ ରଖିବା ସହ ଓସ୍ତିଆ ପଞ୍ଚାୟତରେ ଆଜି ୫ଗୋଟି ପ୍ରକଳ୍ପ ଦ୍ୱାରା ପଞ୍ଚାୟତର ଅଧିବାସୀମାନେ ବିଭିନ୍ନ ପ୍ରକାର ମୌଳିକ ସୁବିଧା ପାଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ମାନସ ମହାପାତ୍ର, ବ୍ଲକ ବିଡିଓ ରତ୍ନାକର କାଣ୍ଡି,ସ୍ଥାନୀୟ ସରପଂଚ ମମତା ବେହେରା, ସୁବର୍ଣ୍ଣପୁର ସରପଞ୍ଚ ତରୁଣକାନ୍ତ ମହାପାତ୍ର, ବରିଷ୍ଠ ନେତା ଗତିକୃଷ୍ଣ ସ୍ୱାଇଁ , ପନୀୟ ଜଳ ବିଭାଗ ଯନ୍ତ୍ରୀ ସତ୍ୟନାରାୟଣ ରଥ । ବାଙ୍କୀ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସେନାପତି, ଓସ୍ତିଆ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଆୟସକାନ୍ତ ଦାସ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Comments are closed.