ଫୁଲକୁଣ୍ଡ ରଖି ଚର୍ଚ୍ଚିକା ମନ୍ଦିର ସୌନ୍ଦର୍ଯ୍ୟ କରଣ କଲେ ଯୁବକ ସଂଘ 

ବାଙ୍କୀ(ଡମପଡ଼ା) : ଓଡ଼ିଶାର ଶକ୍ତିପୀଠମାନଙ୍କ ମଧ୍ୟରେ ଅନ୍ୟତମ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ଚର୍ଚ୍ଚିକାଙ୍କ ଋଚିକ ପୀଠ ସ୍ୱତନ୍ତ୍ରତା ବହନ କରିଥାଏ । ଶାରଦୀୟ ଷୋଳପୂଜା ଏହି ପୀଠରେ ମହାଆଡମ୍ବର ସହକାରେ ପ୍ରତିବର୍ଷ ପାଳନ କରାଯାଉଥିବାବେଳେ ମା’ ଚର୍ଚ୍ଚିକାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟି ଆସିଥାନ୍ତି । ଚଳିତ କୋଭିଡ୍ କଟକଣା ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖିଛି ମନ୍ଦିର ପ୍ରଶାସନ । ବାଙ୍କୀ ପ୍ରଶାସନ ମଧ୍ୟ ମନ୍ଦିର ପ୍ରଶାସନ ସହିତ ସମନ୍ୱୟ ବୈଠକ କରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିରରେ ଭକ୍ତଙ୍କ ଆସିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଥିବାବେଳେ ମା’ଚର୍ଚ୍ଚିକା ଯୁବକ ସଂଘ ତରଫରୁ ମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରଜାତିର ଫୁଲ ଗଛ ରଖାଯାଇଥିବା ଦେଖିବାକୁ ମିଳିଛି । ୨ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର ଫୁଲଗଛ ମନ୍ଦିରର ପ୍ରଥମ ପ୍ରବେଶ ପାହାଚଠାରୁ ମା’ଚର୍ଚ୍ଚିକାଙ୍କ ମନ୍ଦିରକୁ ଲାଗିଥିବା ପାହାଚ ସମେତ ମନ୍ଦିର ବେଢାରେ ଫୁଲକୁଣ୍ଡମାନ ରଖାଯାଇଥିବା ଯୋଗୁ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ଘଟିଛି । ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶିକ୍ଷକ ଏବଂ ସେବକ ଋଷିକେଶ ରଣାଙ୍କ ତତ୍ୱାବଧାନରେ ଗଣେଶ୍ୱର ବେହେରା, ଶୋଭରାଜ ସାହୁ, ବଳରାମ ସାହୁ, ସୋମନାଥ ମଙ୍ଗୁଆଳ, ଅରୁଣ ଗୌରବ ପୃଷ୍ଟି , ସୀତାକାନ୍ତ ମହାପାତ୍ର, ଅଭିଜିତ୍ ବେହେରାଙ୍କ ସମେତ ମନ୍ଦିରର ସେବାୟତମାନଙ୍କ ସହଯୋଗରେ କରାଯାଇଥିଲା । ଯୁବକ ସଂଘର ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ।

Comments are closed.